କେନ୍ଦ୍ରାପଡା : ନିଜ ଖୁସିକୁ ଜଳାଞ୍ଜଳି ଦେଇ ପ୍ରେମିକ ସହ ସ୍ତ୍ରୀକୁ ବିବାହ ଦେଲେ ସ୍ୱାମୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜକନିକାରେ ସ୍ତ୍ରୀ ସ୍ୱାମୀ ସହ ଖୁସି ନଥିବା ଜାଣିବା ପରେ ପ୍ରେମିକା ସହ ବିବାହ ଦେବାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ତରପଦା ଗାଁର ବିକାଶ ସାହୁ ଚାରିବର୍ଷ ତଳେ ସସ୍ମିତା (ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିକାଶ କୋଲକାତାରେ ପ୍ଲାଏଉଡ କାମ କରନ୍ତି ଓ ସ୍ତ୍ରୀ ସସ୍ମିତା ବିକାଶଙ୍କ ପରିବାର ସହ ଗାଁରେ ରୁହନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ଥାନୀୟ ଜୟନଗରର ଅନ୍ୟଜଣେ ପୁରୁଷ ସୁରେଶ ଚନ୍ଦ୍ର ଲେଙ୍କାଙ୍କ ସହ ସସ୍ମିତାଙ୍କ ଘନିଷ୍ଠତା ବଢିବାରେ ଲାଗିଥିଲା। ଦୁହିଁଙ୍କ ଭିତରେ ପ୍ରାୟ ୧ ବର୍ଷ ହେବ ପ୍ରେମ ସଂପର୍କ ଥିଲା। ସ୍ୱାମୀ ବିକାଶ ଯେତେବେଳେ ପତ୍ନୀର ଏହି କାରନାମା ବିଷୟରେ ଜାଣିବାକୁ ପାଇଲା ସେ ଉତକ୍ଷିପ୍ତ ହେବା ବଦଳରେ ପତ୍ନୀକୁ ତା’ର ପ୍ରେମିକା ସହ ବିବାହ ଦେବାକୁ ନିଷ୍ପତି ନେଇଥିଲା। ସସ୍ମିତାଙ୍କୁ ଛାଡପତ୍ର ଦେଇ ବିକାଶ ସୁରେଶଙ୍କ ସହ ଯୋଗାଯୋଗ କରିଥିଲେ ଓ ପତ୍ନୀଙ୍କ ବିବାହ କରାଇଥିଲେ। ନୋଟାରୀ ପାଖରେ ନିଜେ ସାକ୍ଷୀ ରହି ଦୁହିଁଙ୍କ କୋର୍ଟ ମ୍ୟାରେଜ କରାଇଛନ୍ତି ବିକାଶ ।

ସମ୍ବନ୍ଧିତ ଖବର