ରାୟଗଡ଼ାରେ ରୋଗୀ ବଦଳରେ ଯାତ୍ରୀ ପରିବହନ, ଆମ୍ବୁଲାନସ୍ ଜବତ, ଡ୍ରାଇଭର ଅଟକ 

ରାୟଗଡ଼ା: ରୋଗୀ ବଦଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଆମ୍ବୁଲାସନକୁ ଜବତ କରିଛି। ଆମ୍ବୁଲାନସ୍ ଡ୍ରାଇଭର ଅଜିତ୍ ଯାନିଙ୍କ ସମେତ ପୁଲିସ୍ ୧୦ ଜଣଙ୍କୁ ଅଟକ ରଖିବା ପରେ ନୋଟିସ୍ ଦେଇ ଛାଡ଼ିଛି। ଟାଉନ୍ ଥାନା ଏସଆଇ ରିଗାନ୍ କିଣ୍ଡୋ ମାମଲାର ତଦନ୍ତ କରୁଛନ୍ତି।

ଟିକିରିର ଏକ ଘରୋଇ କଂପାନିରେ କାମ କରୁଥିବା ଶ୍ରମିକମାନେ ଆମ୍ବୁଲାନସ୍ ମାଧ୍ୟମରେ ଗତକାଲି ରାତିରେ ଭଂଜନଗର ଅଭିମୁଖେ ବାହାରିଥିଲେ। ୧୦ ଜଣ ଯାତ୍ରୀକୁ ନେଇ ଆମ୍ବୁଲାନସ୍ ଯାଉଥିବା ସମୟରେ ରାୟଗଡ଼ାରେ ପୁଲିସ୍ ଯାଞ୍ଚର ସମ୍ମୁଖୀନ ହୋଇଥିଲା। ଯାଞ୍ଚ ସମୟରେ ଆମ୍ବୁଲାନସ୍ ଡ୍ରାଇଭର ମେଡ଼ିକାଲ୍ କାଗଜପତ୍ର ଦେଖାଇ ପାରିନଥିଲା। ଫଳରେ ଆମ୍ବୁଲାନସକୁ ଥାନାକୁ ନେବା ସହ ପୁଲିସ୍ ସମସ୍ତଙ୍କୁ ପଚରା ଉଚରା କରିଥିଲେ। ତଦନ୍ତ ସମୟରେ ଶ୍ରମିକଙ୍କ ପିଛା ୫ ଶହ ଟଙ୍କା ନେବା ପାଇଁ ଡ୍ରାଇଭର ଚୁକ୍ତି କରିଥିବା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର