ବରଗଡ଼: ଆଉଜଣେ ଚାଷୀଙ୍କ ଆତ୍ମହତ୍ୟା, ଚଳିତ ବର୍ଷ ସଂଖ୍ୟା ୧୨ ଛୁଇଁଲା

ବରଗଡ଼: ଆଜି ସକାଳେ ବରଗଡ଼ ଜିଲ୍ଲାର ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେବା ପରେ ଧର୍ଯ୍ୟହରା ହୋଇ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତର୍ଗତ ଖେରଶେଲି ଗ୍ରାମର ରୋହିତ ଭୋଇ (୩୫ବର୍ଷ) ନାମକ ଜଣେ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋହିତଙ୍କ ଆତ୍ମହତ୍ୟା ସହିତ ଚଳିତ ବର୍ଷ କେବଳ ବରଗଡ଼ ଜିଲ୍ଲାରେ ୧୨ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଜିଲ୍ଲାର ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ମନୋବଳ ଭାଙ୍ଗି ପଡ଼ିଛି। ସରକାର ଯେତେ ବି ପ୍ରତିଶ୍ରୁତି ଦେଳେ ମଧ୍ୟ ଚାଷୀ ସରକାରଙ୍କ ଉପରେ ଭରସା କରି ପାରୁ ନାହିଁ।। ଫଳରେ ଚଳିତ ବର୍ଷ କେବଳ ବରଗଡ଼ ଜିଲ୍ଲାରେ ୧୨ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି।

photo credit- EenaduIndia.com

ଆଜି ସକାଳେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିିବା ଦେଖି ଖେରଶେଲ ଗ୍ରାମର ରୋହିତ ଭୋଇ ମ୍ରିୟମାଣ ହୋଇ ପଡ଼ିଥିଲେ। ରୋହିତ ଧାରକରଜ କରି ସାଢ଼େ ୩ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହୋଇଯିବାରୁ ସେ ଧର୍ଯ୍ୟହରାଇ ଗତକାଲି ରାତିରେ କୀଟନାଶକ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର