ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଙ୍ଗନୱାଡି ପ୍ରିସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମିଳିଲାନି ପୋଷାକ

ଲକ୍ଷ୍ମୀପୁର: ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡି ସେଣ୍ଟର୍‌ରେ ପ୍ରିସ୍କୁଲ୍‌କୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସକାଶେ ରାଜ୍ୟ ସରକାରଙ୍କ ତରଫରୁ ପୋଷାକ ବଣ୍ଟନର ବ୍ୟବସ୍ଥା କରାଯିବାର ନିୟମ ରହିଥିଲା। ଏନେଇ ଜିଲ୍ଲାପାଳ ଡିଏସଡବ୍ଲ୍ୟୁଓଙ୍କ ଜରିଆରେ ସମସ୍ତ ସିଡିପିଓଙ୍କୁ ସୂଚନା ପ୍ରଦାନ କରିଥିଲୋ ଯେଉଁ ଅଙ୍ଗନୱାଡି ସେଣ୍ଟରଗୁଡ଼ିକରେ ଯେତେଜଣ ଛାତ୍ରଛାତ୍ରୀ ଅଛନ୍ତି ସେହି ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀଙ୍କ ସକାଶେ ୱାର୍ଡମେମ୍ବର ଓ ଅଙ୍ଗନୱାଡି ୱାର୍କରମାନଙ୍କ ଯୁଗ୍ମ ଆକାଉଣ୍ଟକୁ ଟଙ୍କା ମଧ୍ୟ ଛଡାଯାଇଥିଲା କିନ୍ତୁ ବିଭାଗୀୟ ସିଡିପିଓ ଓ ସୁପରଭାଇଜରମାନଙ୍କ ଦାୟିତ୍ୱ ହିନତା ହେଉ ଅବା କିଛି ଅଙ୍ଗନୱାଡି ୱାର୍କରମାନଙ୍କର ମନମୁଖି କାର୍ଯ୍ୟ ଯୋଗୁଁ ହେଉ ପ୍ରିସ୍କୁଲ ଛାତ୍ରଛାତ୍ରୀ ପୋଷାକ ପାଇବାରେ ବଞ୍ଚିତ ହୋଇଛନ୍ତିା

ଅନ୍ୟପକ୍ଷରେ ଚଳିତ ବର୍ଷ ୱାର୍କରମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପୁର୍ବରୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପୋଷାକ କିଣାଯିବ ବୋଲି ମଧ୍ୟ କୁହାଯାଇଥିବା ଜଣାପଡିଥିଲା କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କୌଣସି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଜି ହୋଇ ନ ଥିଲେ, ଯାଫଳରେ ଅଙ୍ଗନୱାଡି ୱାର୍କରମାନେ ବଜାରରେ କୌଣସି ଦୋକାନିକୁ ବରାଦ ଦେଇପାରିନଥିଲେ। ଗାନ୍ଧୀ ଜୟନ୍ତୀ ପରେ ମଧ୍ୟ ଲକ୍ଷ୍ମୀପୁର ବ୍ଲକର ୧୭୪ ସେଣ୍ଟର ମଧ୍ୟରୁ ୭୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପୋଷାକ ପାଇବାରୁ ବଞ୍ଚିତ ହୋଇଥିବା ସିଡିପିଓ କନକଲତା ନାୟକ ପ୍ରକାଶ କରିଛନ୍ତିା ଯେଉଁ ସେଣ୍ଟରମାନଙ୍କରେ ପୋଷାକ ପ୍ରଦାନ କରାଯାଇନାହିଁ ସେଠାରେ ୱାର୍କର ମାନଙ୍କୁ ଆଉ ଦୁଇଦିନ ସମୟ ଦିଆଯାଇଛି। ଯଦି ୨ଦିନ ମଧ୍ୟରେ ବଣ୍ଟନ ନକରିବେ ତା’ହେଲେ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିପିଓ ପ୍ରକାଶ କରିଛନ୍ତିା

ଅନ୍ୟପକ୍ଷରେ ଯେଉଁ କିଛି ଅଙ୍ଗନୱାଡି ସେଣ୍ଟରରେ ଡ୍ରେସ୍‌ ପ୍ରଦାନ କରାଯାଇଛି, ତନ୍ମଧ୍ୟରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇହଳ ଡ୍ରେସ୍‌ ପରିବର୍ତ୍ତେ ଏକ ହଳ ଲେଖାଏ ଡ୍ରେସ୍‌ କିଛି ସେଣ୍ଟରରେ ବଣ୍ଟନ କରାଯାଇଥିବା ମଧ୍ୟ ସୂଚନା ମିଳିଛିା ଛୋଟ ଛୋଟ କୁନି କୁନି ଛୁଆମାନେ ସ୍କୁଲ ଯିବା ପୁର୍ବରୁ ଅଭ୍ୟାସ କରିବା ସକାଶେ ୩ ବର୍ଷରୁ ୬ ବର୍ଷ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କୁ ଅଙ୍ଗନୱାଡି ସେଣ୍ଟରମାନଙ୍କରେ ଡ୍ରେସ ଠାରୁ ଆରମ୍ଭ କରି ଖେଳନା ଓ ଖାଦ୍ୟ ପ୍ରଦାନ କରାଯାଇଥାଏ। ଏମାନଙ୍କ ସକାଶେ ସମସ୍ତ ସାମଗ୍ରୀ କିଣିବା ସକାଶେ ଯୁଗ୍ମ ଆକାଉଣ୍ଟରେ ଟଙ୍କା ଛଡାଯାଇଥାଏ କିନ୍ତୁ ଦୁର୍ଭାଗ୍ୟର ବିଷୟ ଛୋଟ ଛୋଟ ଛୁଆମାନଙ୍କ ସାମଗ୍ରୀ ସକାଶେ ଆସୁଥିବା ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଠାଇବା ସକାଶେ କିଛି ୱାର୍ଡ ମେମ୍ବରମାନେ ମଧ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ଟଙ୍କା ମାଗୁଥିବା ବେଳେ କିଛି ଅଙ୍ଗନୱାଡି କର୍ମୀ ମଧ୍ୟ ଡ୍ରେସ୍‌ ବାବଦକୁ ବରାଦ୍‌ ଦେବା ପୂର୍ବରୁ କମିସନ ମାଗି ଡ୍ରେସ ଖରିଦ୍‌ କରୁଥିବାର ସୂଚନା ମିଳିଛିା ଏପରିକି ଶହେଟଙ୍କା ବଦଳରେ ୮୦ ରୁ ୯୦ ଟଙ୍କାରେ ଡ୍ରେସ୍‌ ଖରିଦ କରିଥିବା ବେଳେ ସେମାନଙ୍କର ଯିବା ଆସିବା ଖର୍ଚ୍ଚ କିଏ ପ୍ରଦାନ କରିବ ବୋଲି ଅନେକ କର୍ମୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର