ପ୍ରବଳ ବର୍ଷା ସତ୍ତ୍ୱେ ଧାରଣାରୁ ହଟିଲେନି ଅଙ୍ଗନଓ୍ଵାଡ଼ି କର୍ମୀ

ମୋହନା: ମୋହନା ବ୍ଳକରେ କାର୍ଯ୍ୟରତ ହଜାରେରୁ ଊର୍ଧ୍ୱ ଅଙ୍ଗନଓ୍ଵାଡ଼ି କର୍ମଚାରୀ ବିଭିନ୍ନ ଦାବି ନେଇ ଦୀର୍ଘ ୩୦ ଦିନ ହେଲା ଧାରଣା ଚଳାଇ ଆସୁଛନ୍ତି। ତଥାପି କେହି ତାଙ୍କ ଦାବି ପ୍ରତି ଧ୍ୟାନ ଦେିନାହାନ୍ତି । ନା ବିଭାଗୀୟ ଅଧିକାରୀ ନା ଜନ ପ୍ରତିନିଧି କେହି ତାଙ୍କ କଥା ଶୁଣିବା ପାଇଁ ଆସିନାହାନ୍ତି। ଏଣୁ, ଆଜି ଦିନ ତମାମ ପ୍ରବଳ ବର୍ଷା ସତ୍ତ୍ୱେ ସେମାନେ କୌଣସି ପ୍ରକାରେ ଖାତିର ନ କରି ସେମିତି ବର୍ଷାରେ ଭିଜି ଧାରଣା ଜାରି ରଖିଥିବା ଦେଖିବାକୁ ମିଳିଥିଲା। ଆସନ୍ତା ଦିନରେ ପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସଭାନେତ୍ରୀ ନମିତା ବୀର ଏବଂ ସଂପାଦିକା ଅଜଂଳି ନାୟକ ପ୍ରକାଶ କରିଛିନ୍ତି ।

ସମ୍ବନ୍ଧିତ ଖବର