ଝାରସୁଗୁଡ଼ା: କରୋନା ଭୂତାଣୁ ସାଧାରଣ ଜୀବନ ଯାତ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଘରେ ରହି ମୁଠାଏ ଖାଇବା ପାଇଁ ମଣିଷ ପ୍ରସ୍ତୁତ ହେଉଥିବା ବେଳେ ରାସ୍ତା ଘାଟରେ ବୁଲୁଥିବା ବୁଲା ଗୋରୁ, ଗାଈ, କୁକୁର ଏବେ ଖାଇବାକୁ ପାଉ ନ ଥିବା ଦେଖିବାକୁ ମିଳୁଛି। ସବୁ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସିଧାସଳଖ ପଡ଼ିଛି ଏହି ପଶୁମାନଙ୍କ ଉପରେ। ହୋଟେଲରୁ ବାହାରୁ ଥିବା ବଳକା ଖାଦ୍ୟପଦାର୍ଥ, ବିଭିନ୍ନ ସ୍ଥାନରେ ବସୁଥିବା ପରିବା ଦୋକାନର ପଚା ପରିବା ଅନେକ ଏଭଳି ବୁଲା ଜୀବ ଜନ୍ତୁଙ୍କୁ ଆହର ଯୋଗାଇ ଥାଏ। ମାତ୍ର ଏବେ ହୋଟେଲରୁ ବଳକା ଖାଦ୍ୟ ପଦାର୍ଥ ମିଳୁ ନ ଥିବାରୁ ଗୋରୁ, ଗାଈ, କୁକୁର ଖାଇବା ପାଇଁ ଡହକବିକଳ ହେଉଥିବା ଲକ୍ଷ୍ୟ କରାଯାଉଛି।

Advertisment

କଂକ୍ରିଟ୍‌ ବହୁଳ ବ୍ୟବହାର ଯୋଗୁଁ ସହର ଭିତରେ ଘାସ, ଗଛପତ୍ର ଆଉ ନାହିଁ। ଫଳରେ ବୁଲାଗୋରୁ ଅଳିଆ ଗଦାରେ ପଡ଼ୁଥିବା କାଗଜ, ପଲିଥିନ୍‌, ପରିବା ଚୋପା, ଫୋପଡ଼ା ଯାଇଥିବା ଖାଦ୍ୟ ଖାଇ ଜୀବନ ଧାରଣ କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁଁ ଅଳିଆ ଗଦାରେ ମଧ୍ୟ ଏହି ପଶୁାନଙ୍କୁ ତାଙ୍କ ଖାଇବା ଭଳି ଖାଦ୍ୟ ପଦାର୍ଥ ମିଳୁନାହିଁ। ଡଷ୍ଟବିନ୍‌ରେ ଅଳିଆ ପକାଉ ପକାଉ ଏହି ଗୋରୁମାନେ ଏବେ ମାଡ଼ି ଆସୁଛନ୍ତି। ଘରୁ ବାହାରିଲେ ଲୋକଙ୍କ ପାଖକୁ ଏବେ ଗୋରୁ ଗାଈ ଖାଇବା ଆଶାରେ ଧାଇଁ ଆସୁଥିବା ଦେଖାଯାଉଛି।

publive-image

କିଛି ଯୁବକ ଓ ସ୍ୱେଚ୍ଛାସେବୀ ତାଙ୍କ ସାଧ୍ୟମତେ କିଛି ପରିମାଣରେ ଖାଦ୍ୟ ଏହି ଅସହାୟ ଜୀବଙ୍କୁ ଦେଉଥିବା ଦେଖିବାକୁ ମିଳୁଛି। ଏହି ସଙ୍କଟ ସମୟରେ ଗୋରୁ, ଗାଈ, ବୁଲା କୁକୁର ମାନଙ୍କୁ କିଛି କିଛି ଖାଦ୍ୟ ଦେଇ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ବହୁମତ ପ୍ରକାଶ ପାଇଛି।

ମଣିଷ ଜାତି ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ ଭାବରେ ଉଭା ହୋଇଥିବା ବେଳେ ସାରା ବିଶ୍ୱ ଆଜି ଏହା ବିରୋଧରେ ଲଢ଼େଇ କରୁଛି। ଏହି ସଂକ୍ରମଣରୁ ମଣିଷକୁ ରକ୍ଷା କରିବା ପାଇଁ ସାରା ଦେଶ ଆଜି ସ୍ଥିର ହୋଇ ଯାଇଛି। ସାମାଜିକ ଦୂରତ୍ୱ ହିଁ ଏହାର ଏକମାତ୍ର ପ୍ରତିକାର ହୋଇଥିବାରୁ ଲୋକଙ୍କୁ ଘର ଭିତରେ ରହିବାକୁ ସରାକର ପରାମର୍ଶ ଦେବା ସହ ଆଇନର ଆଶ୍ରୟ ନେଇଛନ୍ତି।

publive-image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୫ ଠାରୁ ଏପ୍ରିଲ ୧୪ ୨୧ ଦିନ ଲକଡାଉନ୍‌ ରହିବା ପାଇଁ ଭାରତର ଜନସାଧାରଣଙ୍କୁ ଘୋଷଣା କରିବା ପରେ ଏବେ ସାରା ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଶୂନଶାନ୍‌ ହୋଇ ଯାଇଛି। ଏହି ୨୧ ଦିନ ଗୃହାବଦ୍ଧ ହେବାକୁ ପୁଲିସ ବଳ ପ୍ରୟୋଗ କରିବା ପର୍ଯ୍ୟନ୍ତ କଥା ଯାଉଛି। ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ କିଣି ଗଚ୍ଛିତ ରଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଲାଗୁଛି।