ମନ୍ଦିର ପରିସରରେ ବସି କଥା ହେବା ପ୍ରେମୀଯୁଗଳଙ୍କୁ ମହଙ୍ଗା ପଡ଼ିଲା, କିଛି ଅସାମାଜିକ ଯୁବକ ଦୁହିଁଙ୍କୁ ନିସ୍ତୁକ ପିଟିଲେ ଓ ଭିଡିଓ ଭଇରାଲ କଲେ

ନୟାଗଡ : ସୋସିଆଲ ମିଡିଆରେ ନୟାଗଡର ଏକ ପ୍ରେମୀଯୁଗଳଙ୍କ ଭିଡିଓକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ କିଛି ଅସାମାଜିକ ଯୁବକ ପ୍ରେମୀଯୁଗଳକଙ୍କ ଅସହାୟତାର ଫାଇଦା ଉଠାଉଥିବାର ଦେଖିବାକୁ ମିଳୁଛି।

ଭିଡିଓରେ ଦେଖିବାକୁ ମିଳୁଛି, ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କୁ ଭେଟିବା ପାଇଁ ମନ୍ଦିରକୁ ଆସିଥିଲେ । ଦୁହିଁଙ୍କୁ ମନ୍ଦିର ପରିସରରେ ଏକାକି ବସି କଥା ହେଉଥିବା ଦେଖି ୫-୬ ଜଣ ଅସାମାଜିକ ଯୁବକ ପ୍ରେମୀଯୁଗଳଙ୍କୁ ଆଣ୍ଠେଇ ଦେଇଥିଲେ । ଏପରିକି ଦୁହିଁଙ୍କୁ ବାଡିରେ ମାରିବା ସହ ଅସଦାରଣ ମଧ୍ୟ କରିଥିଲେ। ଏପରିକି ପ୍ରେମୀଯୁଗଳ ଯେତେ କାକୁତିମିନତି ହେଲେ ବି ସେମାନଙ୍କ କଥା କେହି ଶୁଣି ନଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ୧ ମିନିଟ୍‌ ୪୯ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିଛି। ଭିଡିଓରେ ନଜର ଆସୁଥିବା ଯୁବତୀଙ୍କ ଘର ନୟାଗଡ ଅଞ୍ଚଳରେ ଓ ଯୁବକଙ୍କ ଘର ଦଶପଲ୍ଲା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର