ଅନଗୁଳ: ଅନଗୁଳ ଥାନା ନତଡ଼ା ଗ୍ରାମରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା କଥା ରବିବାର ସକାଳେ ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବଧୂଜଣକ ହେଉଛନ୍ତି ୨୭ ବର୍ଷୀୟ ମିତା ରାଉତ। ସ୍ୱାମୀ ସତ୍ୟାନନ୍ଦ ବେହେରା ଓରଫ କହ୍ନେଇ ମିତାଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି ବୋଲି ମିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।
ସେମାନଙ୍କ କହିବା ଅନୁସାରେ, ଆଜି ସକାଳେ ମିତାର ଶାଶୂଘର ଲୋକେ ତାଙ୍କୁ ଫୋନ୍ କରି ଜଣାଇଥିଲେ କି, ସେ ଅସୁସ୍ଥ ହୋଇ ପଡ଼ିଛି, ଆସ। ମିତାଙ୍କ ବାପଘର ଲୋକେ ପହଞ୍ଚି ଦେଖିଲେ ଖଟ ଉପରେ ମିତାର ଶବ ପଡ଼ିଛି ଓ ଘରେ କେହି ନାହାନ୍ତି। ମିତାର ବେକରେ ସାମାନ୍ୟ କ୍ଷତ ହୋଇଥିବା କଥା ସେମାନେ ଦେଖିଛନ୍ତି।
ଗତରାତିରେ କହ୍ନେଇ ମିତାଙ୍କର ତଣ୍ଟି ଚିପି ହତ୍ୟା କରିଛି ବୋଲି ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଗତରାତିରେ କହ୍ନେଇ ମଦ ଖାଇ ମିତାଙ୍କ ଝଗଡ଼ା କରିଥିଲେ ଓ ଫୋନ୍ କରି ଶଳାକୁ ଗାଳିଗୁଲଜ କରିଥିଲେ।
ମିତା ବଳରାମପ୍ରସାଦ ବାସିଲାସାହିର ଦୁଃଖବନ୍ଧୁ ରାଉତଙ୍କ ଝିଅ। ଦେଢ଼ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ୩ ମାସର ଝିଅଟିଏ ଅଛି।
ଅନଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।