ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା:ଡ୍ରେସ୍ କୋଡ୍‌କୁ ଅଣଦେଖା

Main dustrict hospital: dresscode neglecy:

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌େର ସରକାରଙ୍କ ଡ୍ରେସ‌ କୋଡ୍ ନିୟମ ଧର୍ମକୁ ଆଖିଠାର ଭଳି ହେଉଛି। ମୁଖ୍ୟ ଚିକତ୍ସାଳୟରେ ପ୍ରାୟ ସାଢ଼େ ୩ ଶହ ସରକାରୀ ଓ ବେସରକାରୀ କର୍ମଚାରୀ କାମ କରୁଛନ୍ତି। ପ୍ରାୟ ୧୫ଟି ବିଭାଗ ମଧ୍ୟରୁ ମାତ୍ର ୪ଟି ବିଭାଗ ସଦସର୍ବଦା ଡ୍ରେସ କୋଡ୍, ପରିଚୟ ପତ୍ର ଆଦିରେ କାମ କରୁଛନ୍ତି। ଅନ୍ୟ ସବୁ ବିଭାଗଗୁଡିକ ବିନା ୟୁନିଫର୍ମ ଓ ପରିଚୟ ପତ୍ରରେ ରହୁଛନ୍ତି। ଡ୍ରେସ୍ କୋଡ ଛାଡ଼ି ନିଜ ପସନ୍ଦର ପୋଷାକ ପିନ୍ଧି କାମ କରୁଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାକ୍ତର ବିନା ଆପ୍ରୋନରେ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଚିକିତ୍ସାଳୟରେ ଏଏନ୍‌ଏମ୍‌ମାନଙ୍କ ସବୁଜ-ନାଲି ରଙ୍ଗର ପରିଧାନ କରିବା ସହିତ ପରିଚୟ ପତ୍ର ପରିଧାନରେ ରହିବା ନିୟମ ରହିଛି। କିନ୍ତୁ ସେଥି ମଧ୍ୟରୁ କିଛି କର୍ମଚାରୀ ଡ୍ରେସ କୋଡରେ ରହୁଥିବା ବେଳେ ଅନ୍ୟମାନେ ପରବାଏ କରୁ ନାହାନ୍ତି। ସେହିଭଳି ଫାର୍ମାସିଷ୍ଟଙ୍କର ଧଳା ରଙ୍ଗର ଡ୍ରେସ ସହିତ ଆପ୍ରୋନ ପରିଧାନର କରିବା ବ୍ୟବସ୍ଥା ରହିଛି। ହେଲେ ଅଳ୍ପ କିଛି କର୍ମଚାରୀ ନିୟମ ପାଳନ କରୁଥିବା ବେଳେ ବେଳେ ନିଜ ସଉକ ଅନୁଯାୟୀ ପୋଷାକ ପିନ୍ଧି କାମ କରିବାକୁ ଆସୁଛନ୍ତି। ଆଟେଣ୍ଡାଣ୍ଟ, ଖାଦ୍ୟ ଯୋଗାଉଥିବା କର୍ମଚାରୀ, ସଫେଇ କର୍ମଚାରୀ, ଏଠାକାର ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ କ୍ଷେତ୍ରରେ ବି ସେଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ମହିଳା ସଫେଇ କର୍ମଚାରୀମ‌ାନେ ସଦାସର୍ବଦା ବସ୍ତ୍ର ପରିଧାନରେ ରହୁଥିବା ବେଳେ ପୁରୁଷମାନେ ଅଳ୍ପ କେତେଜଣ ବସ୍ତ୍ର ପରିଧାନ କରୁଛନ୍ତି। ଷ୍ଟାଫ୍‌ ନର୍ସଙ୍କ ଧଳା ନାଲି ରଙ୍ଗର ବସ୍ତ୍ର ସହିତ ଆପ୍ରୋନ ପରିଧାନର ବ୍ୟବସ୍ଥା ରହିଛି। କିନ୍ତୁ ମହିଳାମାନେ ଏହି ବସ୍ତ୍ର ପରିଧାନ କରିଥିବା ବେ‌େଳ ପୁରୁଷମାନେ ଡ୍ରେସ କୋଡରେ ରହୁ ନାହାନ୍ତି। ସେହିଭଳି ଡ୍ରେସର ଓ ଲାବ୍ରୋଟରି ଟେକ୍ନିସିଆନମାନଙ୍କ ସହିତ ଅନ୍ୟ କେତେକ ବର୍ଗର କର୍ମଚାରୀମାନେ ଡ୍ରେସ କୋଡ୍‌ରେ ରହୁନାହାନ୍ତି। ଫଳରେ ରୋଗୀ ଓ ତାଙ୍କ ପରିଜନମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର