୨୦ ଲିଟର ମହୁଲି ଜବତ; ୩ ଗିରଫ

ପାଳଲହଡ଼ା: ଜିଲ୍ଲା ଅବକାରୀ ଅଧିକ୍ଷକ ହରିଶ୍ଚନ୍ଦ୍ର ସେଠୀଙ୍କ ନିର୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଓ ପୁଲିସ ଖମାର ଥାନା ଅଞ୍ଚଳରେ ଚଢ଼ାଉ କରି ୨୦ ଲିଟର ମହୁଲି ମଦ ଜବତ କରିଛି। ବିଭାଗୀୟ ସୂତ୍ରରୁ ପ୍ରକାଶ, ତାମ୍ବୁର କଲୋନିର ହାଡ଼ିବନ୍ଧୁ କିଷାନଙ୍କଠାରୁ ୧୦ ଲିଟର, ଦ୍ୱିତୀକୃଷ୍ଣପୁରର କୃତାର୍ଥ କିଷାନ ଓ ଶଙ୍ଖମୁର ଗାଁର କୁଲ ବେହେରାଠାରୁ ୫ ଲିଟର ଲେଖାଏଁ ମହୁଲି ମଦ ଜବତ କରାଯାଇଛି। ଶଙ୍ଖମୁର ଗାଁ ନିକଟ ଏକ ଜମିରୁ ୨ ହଜାର କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ହାଡ଼ିବନ୍ଧୁ, କୃତାର୍ଥ ଓ କୁଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଏସ୍‌ଆଇ ଅରବିନ୍ଦ ରାଉତରାୟ, କର୍ମଚାରୀ ବିପିନ ସାହୁ, ମାନସ ପ୍ରଧାନ, ଶୁକୁରଲ ହେମ୍ବ୍ରମ,୍‌ ପୁଲିସ ଏଏସ୍‌ଆଇ ପ୍ରସନ୍ନ କୁମାର ବାର୍ଲା, ରଘୁନାଥ ପ୍ରଧାନ, ପଦ୍ମିନୀ ନାଏକ ପ୍ରମୁଖ ଚଢ଼ାଉ କରିଥିଲେ।

ସମ୍ବନ୍ଧିତ ଖବର