୨୮୨ ବୋତଲ ମଦ ଜବତ, ୨ ଗିରଫ

ଅନୁଗୁଳ: ନିର୍ବାଚନ ଆସିବା ପରେ ଏବେ ସହରରୁ ଗ୍ରାମାଂଚଳକୁ ବ୍ୟାପକ ପରିମାଣର ମଦ ଚାଲାଣ ଆରମ୍ଭ ହୋଇଯାଇଛି। ଆଜି ଅନୁଗୁଳରୁ କୋଇଓ ରାସ୍ତା ଦେଇ ଗ୍ରାମାଂଚଳକୁ ଚାଲାଣ ହେଉଥିବା ଖବର ପାଇ ଅନୁଗୁଳ ଥାନା ପୁଲିସର ଏକ ଟିମ୍ ଚଢ଼ଉ କରିଥିଲା। ଏକ ଅଟୋରିକ୍ସା(ଓଆର୧୯ଡି-୦୬୯୮)ରେ ଥିବା ବିଭିନ୍ନ କଂପାନିର ୨୮୨ ବୋତଲ ବିଦେଶୀ ମଦ ଜବତ କରାଥିଲା। ବେଆଇନ ମଦ ଚାଲାଣ ଅଭିଯୋଗରେ ପୁଲିସ ସାକୋସିଂହାର ଜିତେନ୍ଦ୍ର ବେହେରା ଓ ପୁରୁଣାକୋଟ ବେହେରାସାହିର ମଇଥା ଦେହୁରୀଙ୍କୁ ଗିରଫ କରାଯାଇଛି। ସେମାନେ ସହରର ଏକ ବିଦେଶୀ ମଦ ଦୋକାନରେ କାମ କରୁଥିବା ଜଣାପଡ଼ିଛି। ପୁଲିସର ଏହି ଚଢ଼ଉ ପରେ ଭୟରେ ଦୋକାନ ମାଲିକ ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଆଜି ବନ୍ଦ କରି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର