ଅନୁଗୁଳ: କାଙ୍ଗୁଲାରେ ସଂଘଟିତ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାେର ଇତିମଧ୍ୟରେ ୩୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ତଦନ୍ତ ଅଧିକାରୀଙ୍କ ସାକ୍ଷ୍ୟ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଆସନ୍ତା ୪ ଜୁନ୍ରେ ଏହି ମାମଲାର ତଦନ୍ତ ଅଧିକାରୀ ଓ ଅନ୍ୟ ଜଣେ ନିରପେକ୍ଷ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରଦାନ ପରେ ମୁଦାଲାଙ୍କ ଓକିଲଙ୍କୁ ଥରେ ସୁଯୋଗ ଦିଆଯିବ। ଜୁନ୍ ଦ୍ବିତୀୟ ସପ୍ତାହ ଆଡ଼କୁ ଏହି ବହୁଚର୍ଚ୍ଚିତ ମାମଲାର ରାୟ ଆସିପାରେ ବୋଲି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍(ପକ୍ସୋ) ସୁରେଶ ଚନ୍ଦ୍ର ପ୍ରଧାନଙ୍କ କୋର୍ଟରେ ଏହି ମାମଲାର ବିଚାର ହେଉଛି। ଅନୁଗୁଳ ଜିଲ୍ଲା ଓକିଲ ସଂଘର କୌଣସି ଓକିଲ ଅଭିଯୁକ୍ତ ଶ୍ରୀନିବାସ ଦେହୁରୀ ଓରଫ ଅନାମ ପକ୍ଷରୁ କେଶ୍ ଲଢ଼ିବେ ନାହିଁ ବୋଲି ସ୍ଥିର କରିଛନ୍ତି। ତେଣୁ ଅନାମ ପକ୍ଷରୁ କେଶ୍ ଲଢ଼ିବା ପାଇଁ ରାଜ୍ୟ ସରକାର ଜଣେ ଓକିଲ ଯୋଗାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତ ଅନାମ ଓ ସଂପୃକ୍ତ ସ୍କୁଲ ଛାତ୍ରୀ ଉଭୟେ ଗୋଟିଏ ଗାଁ’ର ବାସିନ୍ଦା ହୋଇଥିବାରୁ ପରସ୍ପରକୁ ଚିହ୍ନିଥିଲେ। ଅନାମ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲା। ଅାଗରୁ ଛାତ୍ରୀଙ୍କୁ ଅନେକ ଥରେ ପ୍ରେମ ନିବେଦନ କରିଥିଲା। ମାତ୍ର ଛାତ୍ରୀଜଣକ ସବୁବେଳେ ପ୍ରତ୍ୟାଖ୍ୟାନ କରି ଅାସୁଥିଲେ। ଘଟଣା ଦିନ ସକାଳେ ଅନାମ ମଦ୍ୟପାନ କରିଥିଲା। ଅପରାହଣରେ ଛାତ୍ରୀଜଣକ ଖାଦ୍ୟ ଧରି ଦୋକାନକୁ ଯାଉଥିବା ଦେଖି ଅନାମ ତାଙ୍କ ପିଛା କରିଥିଲା। ଯୋର ପାଖ ନିଛାଟିଆ ଜାଗାରେ ତାଙ୍କୁ ପୁଣି ଥରେ ସେ ପ୍ରେମ ନିବେଦନ କରିଥିଲା। ପୂର୍ବ ଥର ଭଳି ଏଥର ବି ଛାତ୍ରୀଜଣକ ମନା କରିବାରୁ ଅନାମ ରାଗି ଯାଇ ଏକ ପଥରରେ ଆକ୍ରମଣ କରିଥିଲା। ଛାତ୍ରୀଜଣକ ସଂଜ୍ଞାହୀନ ହୋଇଯିବା ପରେ ତାଙ୍କୁ ବୁଦା ଭିତରକୁ ଟେକି ନେଇ ଦୁଇ ଥର ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରିଥିଲା। କେବଳ ସେତିକି ନୁହେଁ, ହତ୍ୟା ପରେ ମଧ୍ୟ ମରଶରୀରକୁ ଦୁଷ୍କର୍ମ କରିବାକୁ ସେ ଉଦ୍ୟମ କରିଥିଲା। ଘଟଣା ପରେ ଘରକୁ ଆସି ସଂଗେସଂଗେ କୋଲକାତା ଚାଲି ଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପୁଲିସ ବହୁ କଷ୍ଟରେ ଅନାମକୁ କୋଲକାତାରୁ ଗିରଫ କରିଥିଲା। ଆଉ କୋର୍ଟଚାଲାଣ କରିବାର ମାତ୍ର ୩୦ ଦିନ ଭିତରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।
୩୩ ସାକ୍ଷ୍ୟ ଦେଲେ, ଜୁନ୍ରେ ରାୟ
କାଙ୍ଗୁଲାରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା
/sambad/media/post_attachments/wp-content/uploads/2019/05/Rape.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)