ଅନୁଗୁଳ: ସାତକୋଶିଆରେ ଲାଗିବ ୧୦୦ ସିସିଟିଭି କ୍ୟାମେରା

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଆହୁରି ୧୦୦ ସିସିଟିଭି କ୍ୟାମେରା ଲାଗିବ। ସିସିଟିଭି କ୍ୟାମେରା ସାହାଯ୍ୟରେ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସାତକୋଶିଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୦ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି।

ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ଥିବା ବାଘୁଣୀ ଗର୍ଭବତୀ ଅଛି। ମୃତ ମହାବଳ ବାଘ ‘ମହାବୀର’ ସହ ମିଳନରୁ ସେ ବାଘୁଣୀ ଗର୍ଭବତୀ ହୋଇଛି ବୋଲି ଆଶା କରାଯାଉଛି। ଯଦି ଏହା ସତ ହୋଇଥାଏ ବାଘୁଣୀ ଆସନ୍ତା ଫେବ୍ରୁଆରିରେ ମାତୃତ୍ୱ ଲାଭ କରିପାରେ।

ସମ୍ବନ୍ଧିତ ଖବର