କଂଗ୍ରେସରୁୁ ଇସ୍ତଫା ଦେଲେ ଅନୁଗୁଳ ଉପନଗରପାଳ, ପୂର୍ବତନ କାଉନସିଲର୍‌

ଅନୁଗୁଳ : ଅନୁଗୁଳରେ କଂଗ୍ରେସକୁ ଲାଗିଛି ପୁଣି ଝଟ୍‌କା। ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେପିରେ ମିଶିବା ଘଟଣାକୁ ନଅ ମାସ ନପୂରୁଣୁ ଅନୁଗୁଳ ପୌରପାଳିକା ଉପନଗରପାଳ ରାମପତି ମାଣ୍ଡୋଠିଆ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀମତୀ ମାଣ୍ଡୋଠିଆଙ୍କ ସହିତ ତାଙ୍କ ପୁଅ ପୂର୍ବତନ କାଉନସିଲର୍‌ ରଣଜିତ୍‌ ମାଣ୍ଡୋଠିଆ ବି ଦଳ ଛାଡ଼ିଛନ୍ତି। କଂଗ୍ରେସ ଦଖଲରେ ଥିବା ଅନୁଗୁଳ ପୌରପାଳକା କାଉନସିଲ୍‌ ପରିଷଦର ମେରିରାୟ ନୀତି ଏବଂ ନଗରପାଳଙ୍କ ମନମାନିରେ ଅତିଷ୍ଠ ହୋଇ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତୀ ମାଣ୍ଡୋଠିଆ ଦର୍ଶାଇଥିବା ବେଳେ ତାଙ୍କ ପୁଅ କଂଗ୍ରେସକୁ ମୁରବୀ ବିହୀନ ଦର୍ଶାଇ ଦଳ ଛାଡ଼ିଛନ୍ତି। ଆସନ୍ତାକାଲି ଶ୍ରୀମତୀ ମାଣ୍ଡୋଠିଆ ଏବଂ ତାଙ୍କ ପୁଅ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍‌ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର