ଅନୁଗୁଳ: ସନ୍ଦେହ ଘେରରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ !

ଅନୁଗୁଳ: ଆଜି ଭୋର ସମୟରେ ଜଣେ ବ୍ୟକ୍ତିଙ୍କର ଅନୁଗୁଳ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତାଙ୍କ ଘର ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଶରଧାପୁର ଗ୍ରାମରେ ବୋଲି ଜଣାଯାଇଛି। ଏହାକୁ ନେଇ ତାଙ୍କ ପୁଅ ସିଲୁ ସାହୁ ଅଭିଯୋଗ କରିଛନ୍ତି ଯେ ,ଆଜି ଭୋର ୩ଟା ସମୟରେ ଅନୁଗୁଳ ସରକାରୀ ମେଡିକାଲ୍‌ରେ ତାଙ୍କର ସାଙ୍ଗ ଫୋନ କରି କହିଥିଲେ ଯେ ତୁମର ବାପାଙ୍କ ଦେହ ଖରାପ ଅଛି। କିନ୍ତୁ ସେ ମେଡିକାଲ୍‌କୁ ଆସିବା ପରେ ଜାଣିବାକୁ ପାଇଲେ ଯେ ବାପାଙ୍କର ମୃତ୍ୟୁ ହୋଇ ସାରିଛି।

ମୃତ ବ୍ୟକ୍ତି କରଡାଗା ସ୍ଥିତ ଏକ ଘରୋଇ ସଂସ୍ଥା ଟେଷ୍ଟି କମ୍ପାନିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। କାଲି ରାତିରେ ମଧ୍ୟ ସେ ଡ୍ୟୁଟି କରିବା ପାଇଁ ଆସିଥିଲେ।କିନ୍ତୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାପାଙ୍କର କେମିତି ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଉପୁଜିଛି।ଏଥିରେ ଟେଷ୍ଟି କମ୍ପାନୀର କର୍ମଚାରୀ ମାନଙ୍କର ହାତ ଥିବା ସଂଦେହ ଥିବା ଅଭିଯୋଗ କରିଛନ୍ତି ସିଲୁ ସାହୁ।

ସମ୍ବନ୍ଧିତ ଖବର