ଟ୍ରଲି-ବାଇକ୍‌ ମୁହାଁମୁହିଁ ଧକ୍‌କା; ୪ ଆହତ

ନାଲ୍‌କୋନଗର: ନାଲ୍‌କୋନଗର ଥାନା ଗିରାଙ୍ଗ ଛକରେ ଆଜି ରାତି ୯ଟାବେଳେ ଏକ ଟ୍ରଲି ଓ ଗେଟିଏ ମଟରସାଇକେଲ୍‌ ମୁହାଁମୁହିଁ ଧକ୍‌କା ହୋଇଥିଲା। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ବଳରାମପ୍ରସାଦ କେନ୍ଦୁଢ଼ିପ ସାହିର ହେମନ୍ତ ଗୋଚ୍ଛାୟତ ଟ୍ରଲି ଚଳାଇ ଘରକୁ ଫେରୁଥିଲେ। ତାଙ୍କ ପତ୍ନୀ ମାମି ଗୋଚ୍ଛାୟତ ଟ୍ରଲିରେ ବସିଥିଲେ। ବିପରୀତ ଦିଗରୁ ଗିରାଙ୍ଗ ଗାଁର ଟୁନା ଦେହୁରୀ ଓ ବବୁଲ ତ୍ରିପାଠୀ ଏକ ହୋଣ୍ଡା ସାଇନ୍‌ ମଟରସାଇକେଲ୍‌(ଓଡି୧୯ଇ-୭୪୬୯)ରେ ଆସିବାବେଳେ ଟ୍ରଲି ସହ ଧକ୍‌କା ହୋଇଥିଲେ। ଫଳରେ ହେମନ୍ତ, ତାଙ୍କ ପତ୍ନୀ, ଟୁନା, ବବୁଲ ଆହତ ହୋଇଥିଲେ। ସେମାନଙ୍କୁ ନାଲ୍‌କୋ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଆହତ ଦମ୍ପତିଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ମଟରସାଇକେଲ୍‌ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର