କଂଗ୍ରେସରେ ମିଶିଲେ ବିଜେଡି ନେତା

ଅନୁଗୁଳ,: ସୋମବାର ସନ୍ଧ୍ୟାରେ ବିଜେଡିର ବହୁ ନେତା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଅନୁଷ୍ଠିତ ଅନୁଗୁଳ ନଗର କଂଗ୍ରେସର ବୈଠକ ଅବସରରେ ବିଜେଡି ନେତା ରାଜୀବ ଜେନା, ଲଳିତ ବେହେରା, ଦୀପକ ସେଠ, ଅମିୟ ନାୟକ, ବାବୁ ସାମଲ, ପ୍ରମୋଦ ପ୍ରଧାନ, ମାନସ ବେହେରା, ପୀୟୂଷ ବେହେରା, ରଂଜନ ରାଉତ, ସନତ ସାହୁ, ଭାବଗ୍ରାହୀ ସାହୁ ପ୍ରମୁଖ ଆଜି କଂଗ୍ରେସରେ ସାମିଲ ହୋଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ତଥ‌ା ଅନୁଗୁଳ ବିଧାନସଭା ପ୍ରାର୍ଥୀ ବିପ୍ଳବ ଜେନା ସେମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ସହ ଆଗାମୀ ଦିନରେ କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ ବୋଲି କହିଥିଲେ। ଅନୁଗୁଳ ନଗର କଂଗ୍ରେସ  ସଭାପତି ଦିଲୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁକାନ୍ତି ଦାସ, ଜିଲ୍ଲା ଓବିସି ସେଲ୍‌ ସଭାପତି ଜିତେନ୍ଦ୍ର ସାହୁ, ବରିଷ୍ଠ ନେତା ବଂଶୀଧର ପ୍ରଧାନ, ସୁଦୀପ ମିଶ୍ର, ସୁବାସ ମିଶ୍ର, ଦିବାକର ସାହୁ, ଉମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଗୁଳ ସହରର ପ୍ରତ୍ୟେକ ୱାର୍ଡରୁ କେମିତି କଂଗ୍ରେସ ବିପୁଳ ଭୋଟରୁ ବିଜୟ ହେବ, ସେହି ଲକ୍ଷ୍ୟ ନେଇ ପ୍ରୟାସ କରିବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ମିଶ୍ରଣ ବୈଠକରେ ଜିଲ୍ଲା କଂଗ୍ରେସର ବିଭିନ୍ନ ୱାର୍ଡର ସଦସ୍ୟ, କର୍ମୀ ତଥା ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର