କେନାଲରେ ବୁଡ଼ି ବାର୍‌ହା ମୃତ

ଯୋରନ୍ଦା: ଯୋରନ୍ଦା ଡୁଗୁରି ପାହାଡ଼ ନିକଟ ରେଙ୍ଗାଳି ଦକ୍ଷିଣ ପାର୍ଶ୍ବ କେନାଲରେ ବୁଡ଼ି ୩ଟି ବାର୍‌ହା ମରିଯାଇଛନ୍ତି। ସ୍ଥାନୀୟ ବନ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, କେନାଲରେ ମୃତ ବାର୍‌ହା ଭାସୁ
ଥିବା ସକ‌ାଳେ ଦେଖାଯାଇଥିଲା। ଏଠାରେ କେନାଲ ଖୁବ୍ ଗଭୀର। ଡୁଗୁରି ପାହାଡ଼ରୁ ୨ଟି ମାଈ ବାର୍‌ହା ଓ ଗୋଟିଏ ଅଣ୍ଡିରା ଛୁଆ ବାର୍‌ହା ପାଣି ପିଇବାକୁ ଆସି କେନାଲରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଫରେଷ୍ଟର ଚନ୍ଦ୍ରମଣି ବେହେରା ସଦଳବଳ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଷଡ଼ଙ୍ଗୀ ରେଞ୍ଜର ଅଶୋକ ଭଞ୍ଜ ପହଞ୍ଚିଥିଲେ। ଗଁଦିଆ ବିଭିଓ ଡ. କୃଷ୍ଣଚନ୍ଦ୍ର ମଳିକ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଯୋରନ୍ଦା ବନ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର