ଗଞ୍ଜେଇ ଚୋରା ଚାଲାଣ କରୁଥିବା କାର୍‌ ଦୁର୍ଘଟଣାରେ ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଳିକ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଆଠମଲ୍ଳିକରେ ଥିବା ସତ୍‌ସଙ୍ଗ୍‌ ବିହାରଠାରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆଘାତ ପାଇଛନ୍ତି। ଗୁରୁତରମାନଙ୍କୁ ଦୁର୍ଘଟଣା ପରେ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ରହିିଛି ଯେ ଗରୁବାର ସକାଳ ପ୍ରାୟ ୬.୦୦ ରୁ ୬.୩୦ ସମୟ ମଧ୍ୟରେ ଫୁଲବାଣୀରୁ ଭୁବନେଶ୍ୱରକୁ କାର୍‌ଟି ଯାତ୍ରା କରୁଥିଲା। ଏହି ଗାଡ଼ିରେ ସମୁଦାୟ ୩ ଜଣ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଘଟିବାରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍‌ଟିରେ ଫୁଲବାଣୀରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବୋଲି ଜାଣିବାକୁ ମିଳିଛି। କାର୍‌ଟିରେ ପ୍ରାୟ ୧.୫ କୁଇଣ୍ଟାଲ୍‌ରୁ ଊର୍ଧ୍ୱ ଗଞ୍ଜେଇ ଥିବା ସୂଚନା ରହିଛି। ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଆହତମାନଙ୍କୁ ପଚରାଉଚା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର