ଅନୁଗୁଳ: ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପ୍ଲାଣ୍ଟ ପରିସରରେ ୨ ମାସରେ ୨ୟ ଥର ଦୁର୍ଘଟଣା

ଅନୁଗୁଳ/ନାଲକୋ ନଗର: ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ରବିବାର ପୁଣି ଥରେ ଦୁର୍ଘଟଣା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସକାଳେ ନାଲକୋ କର୍ମଚାରୀ କାର୍ବନ ଏରିଆର ମ୍ୟାନେଜର ନିଶାନ୍ତ ଲାକ୍ରାଙ୍କ ଗାଡି ପଟଲାଇନ-୪ ଅଞ୍ଚଳ ନିକଟରେ କାର୍‌ ଯୋଗେ ଓଡି୦୨ ଏନ୍‌ ୩୦୫୫ ଯାଉଥିବା ବେଳେ ପଟଲାଇନ ଅଞ୍ଚଳରେ ଉଚ୍ଚ କ୍ଷମତା ବିଶିଷ୍ଟ ଚୁମ୍ବକୀୟ କ୍ଷେତ୍ର ଆଡକୁ ଟାଣି ହୋଇ ଯାଇଥିଲା। ଫଳରେ ଲୁହା ପୋଲ ଖୁଣ୍ଟ ରେ ଧକା ହୋଇ ଗାଡିଟି ଭାଙ୍ଗି ଯାଇଥିଲା ଓ ଚାଳକଙ୍କ ଗୋଡ ଫ୍ୟାକଚର ହୋଇଯାଇଥିଲା।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୬ରେ ଚୁମ୍ବକୀୟ କ୍ଷେତ୍ରରେ ଆଉ ଏକ ଗାଡି ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଛୋଟ ଗାଡି ଚଳାଚଳ ନିଷେଧ କରାଯାଇ ଥିଲେ ମଧ୍ୟ ଉକ୍ତ ଅଞ୍ଚଳକୁ ଅବାଧ ପ୍ରବେଶ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ହୋଇ ଥିବା ଦୁର୍ଘଟଣା କାର୍‌ଟିକୁ ଶ୍ରୀ ଲାକ୍ରା ଧୋଇବା ପାଇଁ ଠିକା କର୍ମଚାରୀଙ୍କୁ କହିଥିଲେ। ଫେରୁ ଥିବା ବେଳେ ଦୁର୍ଘଟଣା ଘଟିଥିଲା ଉକ୍ତ ସମୟ ରେ ୩ଜଣ ଠିକା ଶ୍ରମିକ ଥିଲେ ବୋଲି ସ୍ଥାନୀୟ କର୍ମଚାରୀ ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ ଜଣେ ଯୁବକ ଆହତ ହୋଇ ଏକ ଘରୋଇ ନର୍ସିଂହୋମରେ ଚିକତ୍ସିତ ହେଉଛନ୍ତି।

ପଟଲାଇନ ଅଞ୍ଚଳକୁ ଭାରିଯାନ ଗାଡି ଛଡା ଅନ୍ୟ କୌଣସି ଗାଡି ଚଳାଚଳ ନିଷେଧ ଥିଲା। ଯାହାଫଳରେ ଏପରି ଅଘଟଣା ଘଟିଛି ବୋଲି ଉକ୍ତ ଅଞ୍ଚଳର କିଛି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରୁ ଉକ୍ତ କାର୍‌ ଟିକୁ ନାଲକୋ କ୍ରେନ ଆସିବା ପରେ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର