‘ଯଶୋଦା’, ମଇଁଷି, ମାହୁନ୍ତ ପ୍ରସ୍ତୁତ, ଆସନ୍ତାକାଲି ଠାରୁ ‘ସୁନ୍ଦରୀ’ ପାଇଁ ଅପରେସନ୍‌

0 1,234

ଅନୁଗୁଳ: ସାତକୋଶିଆରେ ଆଧିପତ୍ୟ ବିସ୍ତାର କରିଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ହାତୀ ‘ଯଶୋଦା’ ଆସିଛି। ବନ ବିଭାଗ ଯଶୋଦାକୁ ବ୍ୟବହାର କରି ସୁନ୍ଦରୀକୁ ଟ୍ରାନକୁଲାଇଜ କରିବା ପାଇଁ ଯୋଜନା କରିଛି। ଯଶୋଦା ପୁରୁଣାକୋଟ ରେଞ୍ଜ କାର୍ଯ୍ୟାଳୟରେ ପହଂଚିଛି। ହାତୀ ଏବଂ ମାହୁନ୍ତଙ୍କ ସମେତ ୧୨ ଜଣିଆ ଟିମ ମଧ୍ୟ ଅଛନ୍ତି। ହାତୀର ମାନସିକ ସ୍ଥିତି ଓ ସାତକୋଶିଆର ଭଗୌଳିକ ସ୍ଥିତିକୁ ଅନୁଧ୍ୟାନ କରାଯିବ। ଏଥିପାଇଁ ଶନିବାର ହାତୀକୁ ବିଶ୍ରାମ ଦିଆଯାଇଛି। ମଧ୍ୟପ୍ରଦେଶରୁ ଆସିଥିବା ୨ ଟ୍ରଙ୍କୁଲାଇଜ ବିଶେଷଜ୍ଞ ଟିମର ଆଲୋଚନା ପରେ ରବିବାର ଠାରୁ ଅପରେଶନ ଆରମ୍ଭ କରାଯିବ ବୋଲି ଜଣାପଡିଛି। ପୁରୁଣାକୋଟ ରେଞ୍ଜ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ଯନ୍ତା ବାଘ ପାଇଁ ଷ୍ଟ୍ରେଚର ଏବଂ ମଇଁଷି ମଧ୍ୟ ରହିଛି। ବାଘୁଣୀ ସୁନ୍ଦରୀକୁ ଠାବ କରି ହାତୀ ଯଶୋଦା ଉପରେ ବସି ଟ୍ରାନକୁଲାଇଜ କରାଯିବା ପାଇଁ ଅପେରସନ କରାଯିବ ଏବଂ କେବେ ବାଘୁଣୀକୁ ଟ୍ରଙ୍କୁଳାଇଜ କରାଯିବ ତାହା ସମୟ ହିଁ ସ୍ପଷ୍ଟ କରିବ।

ବାଘ ‘ସୁନ୍ଦରୀ’ ମଣିଷ ଓ ପଶୁ ମାରିବା ପରେ ବନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଗତ ଅକ୍ଟୋବର ୨୩ରୁ ଓଡ଼ିଶାର ୩ଟି ଟିମ୍‌ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯୋଜନା କରୁଥିବା ବେଳେ ଅକ୍ଟୋବର ୩୦ରୁ ମଧ୍ୟପ୍ରଦେଶରୁ ଆସିଥିବା ଟିମ୍‌ ବାଘୁଣୀକୁ ଖୋଜୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ବର୍ତ୍ତମାନ ସୁନ୍ଦରୀକୁ ଧରିବା ପାଇଁ ଓଡ଼ିଶାର ୩ଟି ଟିମ୍‌ (ଓୟୁଏଟି, ନନ୍ଦନକାନନ ଏବଂ ଶିମିଳିପାଳ) ଲାଗିଛନ୍ତି।

ସୂଚନାଯୋଗ୍ୟ ସାତକୋଶିଆ ଅଭୟାରଣ୍ୟରୁ ହାତୀ ‘ଯଶୋଦା’କୁ ଚନ୍ଦକା ଅଭୟାରଣ୍ୟ ଅଣାଯାଇଥିଲା। ସାତକୋଶିଆ ଅଭୟାରଣ୍ୟରେ ଦୁଷ୍ଟାମୀ ପ୍ରକୃତି କରିବା ପରେ ଯଶୋଦାର ସ୍ଥାନ ବଦଳାଇବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ଏବେ ଆଶା କରାଯାଉଛି ଯେ, ସାତକୋଶିଆରେ ଯେହେତୁ ‘ଯଶୋଦା’ର ଅଭିଜ୍ଞତା ରହିଛି, ସୁନ୍ଦରୀ ସହଜରେ ଧରାପଡ଼ିଯାଇପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.