ଡକାୟତି ଯୋଜନା ପଣ୍ଡ: ଧରାପଡ଼ିଲେ ୫

ଟାଟା ଏସିଇ, ପିକ୍‌ଅପ୍‌ ଭ୍ୟାନ୍‌, ବାଇକ୍‌, ବଂଧୁକ, ମୋବାଇଲ୍‌ ଜବତ୍‌

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୁଲିସ୍‌ ପୁଅ

ଅନୁଗୁଳ : ଜାତୀୟ ରାଜପଥରୁ ଡକାୟତି କରିବାକୁ ବଡ଼ଧରଣର ଯୋଜନା ହୋଇଥିଲା। ରାତିରେ ସମସ୍ତେ ଏକାଠି ହୋଇ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲେ। ହେଲେ ଯୋଜନା ସଫଳ ହେଲାନି। ଠିକଣା ସମୟରେ ଖବର ପାଇ ଅନୁଗୁଳ ପୁଲିସ ଅତର୍କିତ ଚଢ଼ଉ କରି ମଂଗଳବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଚମହଲା ଆରଟିଓ ଅଫିସ୍‌ ପଛପାଖ ଆମ୍ବ ତୋଟାରୁ ୫ହାଇେଓ୍ଵ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ୪ଜଣ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ସାମିଲ୍‌ ଥିବା ଜଣାପଡ଼ିଛି। ସେମାନଙ୍କଠାରୁ ଗୋଟିଏ ବଂଧୁକ, ଦୁଇଟି ଭୁଜାଲି, ଗୋଟିଏ କଟୁରୀ, ୭ଟି ମୋବାଇଲ୍‌ ଫୋନ୍‌, ୬ଟି ମଟର ସାଇକଲ୍‌, ଗୋଟିଏ ଟାଟା ଏସିଇ, ଗୋଟିଏ ବୋଲେରୋ ଗାଡ଼ି ଜବତ୍‌ କରାଯାଇଥିବା ଅନୁଗୁଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦା ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଥାନା ଛେଳିଆପଡ଼ାର ସନ୍ତୋଷ କୁମାର ଭଂଜଙ୍କ ପୁଅ ବୁବୁ ଓରଫ୍‌ ଭବାନୀ ଶଙ୍କର ଭଂଜ, ଖଲାରି ଗ୍ରାମର ସ୍ୱପ୍ନେଶ୍ୱର ପ୍ରଧାନଙ୍କ ପୁଅ ସୌମ୍ୟରଂଜନ ପ୍ରଧାନ, ଜରପଡ଼ା ଥାନା ତୁବେର ଓଲି ବେହେରାଙ୍କ ପୁଅ ଅନିଲ ବେହେରା, କଲିୟରୀ ଥାନା ଭାଲୁଗାଡ଼ିଆ ଗ୍ରାମର ଯୁଧିଷ୍ଠିର ନାଏକଙ୍କ ପୁଅ ସଂଗ୍ରାମ ନାଏକ, ହେମସୁରପଡ଼ାର ପ୍ରସନ୍ନ କୁମାର ସେଠୀଙ୍କ ପୁଅ ଗୁନ୍ଦେଇ ସେଠୀ। ଗିରଫ ୫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ବୁବୁଙ୍କ ବାପା ସନ୍ତୋଷ କୁମାର ଭଂଜ ପୁଲିସ ଟ୍ରେନିଂ ସ୍କୁଲ୍‌ରେ ହାବିଲଦାର୍‌ ଥିବା ଏସ୍‌ଡିପିଓ ହରିହର ପାଣି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର