ମାନବାଧିକାର ସଂଗଠନର ପ୍ରୟାସ :ଇଲେକ୍ସନ ଵାଚ୍‌ ଜଗିବ ଆଚରଣ ବିଧି ଉଲ୍ଲଂଘନ

ଅନୁଗୁଳ,: ସାଧାରଣ ନିର୍ବାଚନ ଏବ˚ ଓଡ଼ିଶା ରାଜ୍ୟ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦିଗରେ ସହାୟକ ହେବାକୁ ବିଶ୍ବ ମାନବାଧିକାର ସ˚ଗଠନ ତରଫରୁ ‘ମାନବାଧିକାର ଇଲେକ୍ସନ୍‌ ୱାଚ୍‌’ ଗଠନ କରାଯାଇଛି। ସ˚ଗଠନର ଜାତୀୟ ସଭାପତି ଡ. ଅଭିନ୍ନ ଚନ୍ଦ୍ର ହୋତା, ଉପସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଅନୁଗୁଳ-ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ରାମଚନ୍ଦ୍ର ରାଉତରାୟଙ୍କୁ ରାଜ୍ୟସ୍ତରୀୟ ସଂଗଠନର ଦାୟିତ୍ବ ଦିଆଯାଉଛି। ଶରତ ମିଶ୍ର ଜିଲ୍ଲା‌ ଉପସଭାପତି, ଅଶୋକ ଜେନା, ଅନୁପ ସେନାଗୁପ୍ତ ଯୁଗ୍ମ ସମ୍ପାଦକ, କିଶୋର ଚନ୍ଦ୍ର ଶତପଥୀ ଆଇନ ଓ ପରାମର୍ଶଦାତା ମନୋନୀତ ହୋଇଛନ୍ତି। ଅନୁଗୁଳ ଜିଲ୍ଳା ପାଇଁ ବାଉରୀବନ୍ଧୁ ରାଉତରାୟ ଓ ଚିତ୍ତରଞ୍ଜନ ନାଥଙ୍କୁ ଢ଼େଙ୍କାନାଳ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି। ସଭାପତି ଶ୍ରୀ ରାଉତରାୟଙ୍କ ଉଦ୍ୟମରେ ଅନୁଗୁଳ ଜିଲ୍ଲା ପାଇଁ ୬୦ ଜଣ ଏବ˚ ଢେଙ୍କାନାଳ ଜିଲ୍ଲା ପାଇଁ ୪୦ ଜଣ ମାନବାଧିକାର କର୍ମୀଙ୍କୁ ଚୟନ କରାଯାଇ ବିଭିନ୍ନ ନିର୍ବାଚନମଣ୍ତଳୀ ଗସ୍ତ ଦାୟିତ୍ବ ଦିଆଯାଇଛି। ଆଦର୍ଶ ନିର୍ବାଚନ ଆଚରଣବିଧି ସ˚ପର୍କରେ ସଚେତନ କରାଇବା ଓ ନିର୍ଭିକ ଭାବେ ମତଦାନ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଏହି କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି। ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କର୍ମୀମାନଙ୍କ କାର୍ଯ୍ୟ ତଦାରଖ ପାଇଁ କମିଟିର ବରିଷ୍ଠ ଉପସଭାପତି ଶରତ ମିଶ୍ରଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର