ଅନୁଗୁଳ: ଚକୋଲେଟ ଖାଇବା ପରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୫ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡିବଜାରସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଚକଲେଟ୍‌ ଖାଇ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ଜାଣିବାକୁ ମିଳିଛି। ସେମାନେ ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ଏବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଅଛନ୍ତି। ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା ବିପଦ ବାହାରେ ଅଛି ବୋଲି ଡାକ୍ତରଖାନାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜାଣିବାକୁ ମିଳିଛି ଯେ ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଜନ୍ମଦିନ ଥିଲା। ଛାତ୍ରୀ ଜଣଙ୍କର ଜନ୍ମଦିନ ଥିବା ହେତୁ ସେହି ସ୍କୁଲ୍‌ରେ ପଢୁଥିବା ଛାତ୍ରୀଙ୍କ ଭାଇ ସ୍କୁଲ୍‌ରେ କିଛି ସାଙ୍ଗ ପିଲାମାନଙ୍କ ମଧ୍ୟରେ ଖୁସିରେ ଚକୋଲେଟ୍‌ ବାଣ୍ଟି ଥିଲେ। ଚକୋଲେଟ୍‌ ପାଇବା ପରେ ପିଲାମାନେ ତାହାକୁ ଖାଇବାରେ ଲାଗିଲେ। ସେହି ଚକୋଲେଟ ଖାଇବା ପରେ ୧୫ ଜଣ ଯାକ ଛାତ୍ରଛାତ୍ରୀ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଘଟଣାର ଏବେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର