ଭୂ-ଅର୍ଜନ କାର୍ଯ୍ୟା‌ଳୟରୁ ଚୋରି ଉଦ୍ୟମ

0 115

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଏମସିଏଲ୍ ଭୂ-ଅର୍ଜନ କାର୍ଯ୍ୟାଳୟରୁ ଗତକା‌ଲି ରାତିରେ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମ‌ାନେ କାର୍ଯ୍ୟ‌ାଳୟ ମୁଖ୍ୟ ଫାଟକ ଗ୍ରିଲ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। କିନ୍ତୁ ଭିତର ଗ୍ରୀଲ ଭାଙ୍ଗି ପାରି ନଥିଲେ। ଆଜି କର୍ମଚାରୀମାନେ ଦେଖିବା ପରେ ଘଟଣା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଅନୁଗୁଳ ଥାନାକୁ ଅବଗତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କାର୍ଯ୍ୟାଳୟ କାଗଜପତ୍ର ସବୁ ଠିକ୍ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.