ପ୍ରେମ-ଭିଡିଓ-ଆତ୍ମହତ୍ୟା

ବନ୍ତଳା : ରଙ୍ଗ୍‌ ନମ୍ବରରୁ ପ୍ରେମ। ଫେସ୍‌ବୁକ୍‌ରେ ପୀରତି। ସ୍ବଳ୍ପ ସମୟରେ ଅନ୍ତରଙ୍ଗ ବନ୍ଧୁତା ହେବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡ଼ିଓ ଚାଟିଂକୁ ପ୍ରେମିକା କରିଦେଲା ଭାଇରାଲ। ପରିସ୍ଥିତି ଏତେ ସାଙ୍ଘାତିକ ମୋଡ଼ ନେଲା ଯେ ଶେଷରେ ପ୍ରେମିକା ହାରିଲା ଜୀବନ। ଏହି ଘଟଣା ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଯୁବତୀ ଜଣକ ୧୯ବର୍ଷ ବୟସ୍କା। ଯୁବତୀଙ୍କ ବିଶ୍ବାସରେ ବିଷ ଦେଇଥିବା ଯୁବକ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଝିଅର ଆତ୍ମହତ୍ୟା ପରେ ଯୁବତୀଙ୍କ ବାପା ଥାନାରେ ନିଜେ ଲିଖିତ ଅଭିଯୋଗ କରିଛନ୍ତି। ବନ୍ତଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର