ସଂକଟରେ ବନ୍ୟପ୍ରାଣୀ:ଲୋକ ମଲେଣି ୮୨, ଭାଲୁ ମଲେଣି ୧୦୯

ମଣିଷ-ଭାଲୁ ଲଢ଼େଇ

ଅନୁଗୁଳ: ଜଂଗଲ କମୁଛି। ମଣିଷ ଜଂଗଲ ନଷ୍ଟ କରୁଥିବା ‌ବେଳେ ବନ୍ୟପ୍ରାଣୀ ଏବେ ଖାଦ୍ୟ ଅ‌େନ୍ବଷଣରେ ଜନବସତି ‌ମୁହଁା ହେଉଛି। ଦାନ୍ତ ପାଇଁ ଶିକାରୀମାନେ ଦନ୍ତା ଶିକାରରେ ଲାଗି ପଡ଼ିଛନ୍ତି। ଦେଶରେ ଅନ୍ୟ କେତେକ ଅଂଚଳର ଭଳି ଓଡ଼ିଶାରେ ମଧ୍ୟ ହାତୀ ଭଳି ମଣିଷଙ୍କ ସହିତ ଭାଲୁଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି। ଗତ ମେ ୨୦୧୩ରୁ ଏପର୍ଯ୍ୟନ୍ତ ୪୮୪ ଥର ଭାଲୁ ମଣିଷଙ୍କୁ ଆକ୍ରମଣ କରିଇଥିବା ବେଳେ ଏଥିରେ ୬୧୩ ଜଣ ଲୋକ ଆହତ ହୋଇଛନ୍ତି ଆଉ ୮୨ ଜଣଙ୍କ ପ୍ରାଣହାନି ଘଟିଛି। ସେହିପରି ଏହି ଅବଧି ମଧ୍ୟରେ ୪୯ଟି ଭାଲୁ ମରିଥିବା ବେଳେ ୬୦ଟି ଦୁର୍ଘଟଣା,ବିଷକ୍ରିୟା, ବିଦ୍ୟୁତ ଆଘାତ ଆଦି କାରଣରୁ ମରିଛନ୍ତି। ହାତୀ ଓ ମଣିଷ ଲଢ଼େଇ କ୍ଷେତ୍ରରେ ମୃତ୍ୟୁ ଦୃଷ୍ଟିରୁ ଢେଙ୍କାନାଳର ସ୍ଥାନ ରାଜ୍ୟରେ ପ୍ରଥମରେ ଥିବା ବେଳେ ସୁନ୍ଦରଗଡ଼ ଦ୍ବିତୀୟ ଓ ଅନୁଗୁଳ ତୃତୀୟ ସ୍ଥାନରେ ରହିଛି। ସେହିପରି ଭାଲୁ ଆକ୍ରମଣ ଦୃଷ୍ଟିରୁ ରାଜ୍ୟରେ ଅନୁଗୁଳ ଜିଲ୍ଲାର ସ୍ଥାନ ଚତୁର୍ଥରେ ରହିଥିବା ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ସମିତିର ତଥ୍ୟ କହୁଛି।
ପ୍ରାପ୍ତ ସୂଚନା ଅନୁସାରେ, ମେ ୨୦୧୩ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ବାଲେଶ୍ବର ଜିଲ୍ଲା‌ର ଲୋକେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରେ ୬୦ ଥର ଭାଲୁ ମଣିଷଙ୍କୁ ଆକ୍ରମଣ କରିଛି। ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ମଣିଷ ମାରିଥିବା ୪ଟି ଭାଲୁଙ୍କୁ ଲୋକମାନେ ପିଟିପିଟି ମାରିଛନ୍ତି। ଦୁର୍ଘଟଣା, ବିଷକ୍ରିୟା, ବିଦ୍ୟୁତ ଆଘାତ ଆଦି ‌େଯାଗୁଁ ଅନ୍ୟ ୩ଟି ଭାଲୁର ଅପମୃତ୍ୟୁ ଘଟିଛି।‌ ସେହିପରି କେନ୍ଦୁଝର ଜିଲ୍ଲାରେ ୫୯ ଥର ଭାଲୁ ମଣିଷଙ୍କୁ ଆକ୍ରମଣ କରିଛି। ଏଥିରେ ୧୧ଜଣ ଲୋକ ମରିଥିବା ବେଳେ ୯୪ ଜଣ ଆହତ ହୋଇଛନ୍ତି। ତେବେ ଲୋକମାନେ ୭ଟି ଭାଲୁକୁ ମାରି ଦେଇଥିବା ବେଳେ ୩ଟିର ଅପମୃତ୍ୟୁ ଘଟିଛି। ନବରଂଗପୁର ଜିଲ୍ଲାରେ ୫୪ ଥର ଭାଲୁ ଆକ୍ରମଣ ହୋଇଛି। ୧୫ ଜଣ ଲୋକ ମରିଛନ୍ତି ଆଉ ୪୯ଜଣ ଆହତ ହୋଇଛନ୍ତି। ତେବେ ଭାଲୁ-ମଣିଷ ଲଢ଼େଇରେ ଏହି ଜିଲ୍ଲାରେ ୯ଟି ଭାଲୁ ମରିଛନ୍ତି ଆଉ ଅନ୍ୟ ୫ଟିର ଅସମୟରେ ମୃତ୍ୟୁ ଘଟିଛି। ବାଲେଶ୍ବର, କେନ୍ଦୁଝର, ନବରଂଗପୁର ଜିଲ୍ଲା ପରେ ଅନୁଗୁଳ ଜିଲ୍ଲାରେ ଅଧିକ ଥର ଭାଲୁ ଆକ୍ରମଣ ହୋଇଛି। ଅନୁଗୁଳ ଜିଲ୍ଲାରେ ୪୨ ଥର ମଣିଷଙ୍କୁ ଭାଲୁମାନେ ଆକ୍ରମଣ କରିଛନ୍ତି। ଆଉ ୬ ଜଣ ଲୋକଙ୍କୁ ମାରିଥିବା ବେଳେ ୫୨ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଭାଲୁ ଆକ୍ରମଣରେ ରାଜ୍ୟରେ ସର୍ବାଧିକ ଜୀବନ ହାନି ଘଟିଛି କୋରାପୁଟ ଜିଲ୍ଲାରେ। କୋରାପୁଟ ଜିଲ୍ଲାରେ ୨୦ ଜଣଙ୍କୁ ଭାଲୁ ମାରିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ମଣିଷର ପାଲଟା ଆକ୍ରମଣରେ ୬ଟି ଭାଲୁ ମରିଛନ୍ତି। ସେହିପରି ଉକ୍ତ ଅବଧି ମଧ୍ୟରେ ୯ଟି ଭାଲୁର ଅପମୃତ୍ୟୁ ହୋଇଥିବା ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ସମିତି ସୂତ୍ରରୁ ଜଣାପଡ଼ିଛି। ‌େଢଙ୍କାନାଳ ଜିଲ୍ଲାରେ ଉପରୋକ୍ତ ଅବଧିରେ ୨୩ ଜଣ ଲୋକ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ୫ଟି ଭାଲୁ ମରିଥିବା ବେଳେ ଅନ୍ୟ ୫ଟି ଭାଲୁର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୧୪ ମସିହାରୁ ଚଳିତ ବର୍ଷ ସେପ୍୍ଟେମ୍ବର ମାସ ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଅନୁଗୁଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀମାନେ ୩୭ ଜଣଙ୍କ ଜୀବନ ନେଇଛନ୍ତି। ଆଉ ୧୫ ଜଣ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁ ମୁଖରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏଥିରୁ ୨୦୧୪-୧୫ରେ ୪ଟି ହାତୀ ଓ ୫ ଜଣ ଲୋକ, ୨୦୧୫-୧୬ରେ ୭ଖଟି ହାତୀ ଓ ୧୦ ଜଣ ଲୋକ, ୨୦୧୬-୧୭ରେ ୯ଟି ହାତୀ ଓ ୧୨ ଜଣ ଲୋକ, ୨୦୧୭-୧୮ରେ ୯ଟି ହାତୀ ଓ ୧୫ ଜଣ ଲୋକ ଏବଂ ଚଳିତ ବର୍ଷ ସେପ୍୍ଟେମ୍ବର ପର୍ଯ୍ୟନ୍ତ ୮ଟି ହାତୀ ଓ ୩ଜଣ ଲୋକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅପରପକ୍ଷରେ ୨୦୧୨ ହାତୀ ଗଣନା ଅନୁସାରେ, ଅନୁଗୁଳ ଜିଲ୍ଲାର ଏହି ୩ ବନଖଣ୍ଡରେ ହାତୀ ସଂଖ୍ୟା ୩୧୩ ଥିବା ବେଳେ ୨୦୧୭ ହାତୀ ଗଣନା ବେଳକୁ ଏହା ୨୫୧କୁ ଖସି ଆସିଛି। କାଠମାଫିଆ ସକ୍ରିୟ ରହିବା ଯୋଗୁଁ ଏବେ ଜଂଗଲ ଧ୍ବଂସ ହେବାରେ ଲାଗିଛି। ଏପଟେ ଖାଦ୍ୟ ଅନ୍ବେ‌‌‌ଷଣ ଯୋଗୁଁ ବନ୍ୟପ୍ରାଣୀମାନେ ଜନବସତି ଆଡ଼କୁ ଆସୁଛନ୍ତି। ଧାନ ଓ ପନପରିବା ଫସଲ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର