ଅନୁଗୁଳରେ ପୁଣି ଲଜ୍ୟା : ୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ୫୦ ବର୍ଷୀୟ ବୃଦ୍ଧ ଅଟକ

ବନ୍ତଳା : ଅନୁଗୁଳରେ ପୁଣି ଲଜ୍ୟା। ମାତାଲ ଅବସ୍ଥାରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ପୁଲିସ ଦ୍ୱାରା ଅଟକ ରହିଛନ୍ତି। ଦିନ କେଇଟା ପୂର୍ବରୁ ଅନୁଗୁଳ ଥାନା କାଙ୍ଗୁଲା ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଭଳି ଘଟଣା ମନରୁ ନ ଲିଭୁଣୁ ଆଜିର ଏହି ଘଟଣା ପରେ ପୁଣି ଉତ୍ତେଜନା ଦେଖାଦେଇଛି। ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ। ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଜଣେ ୫ ବର୍ଷର ନାବାଳିକାକୁ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ଜଣକ ଦୁଷ୍କର୍ମ ଉଦ୍ୟମ କରିଛି। ଅର୍ଦ୍ଧନିର୍ମିତ ଏକ ଘରେ ଏହି ଜଘନ୍ୟ କାଣ୍ଡ ଘଟୁଥିବାର ସୂଚନା ପାଇ ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଛନ୍ତି। ଏ ନେଇ ବନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଆର୍ତ୍ତତ୍ରାଣ ବେହେରାର ଡାକ୍ତରୀ ମାଇନା କରାଇଛି ପୁଲିସ।

ସମ୍ବନ୍ଧିତ ଖବର