ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଲେ

ଅନୁଗୁଳ : ଗଛରେ ବାନ୍ଧି ଭାଇ ବଡ଼ଭାଇକୁ ପିଟିପିଟି ଭାଇ ମାରିଦେଇଛି। ଠାକୁରଘର ସାହିର ଉଚ୍ଛବ ବେହେରାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଓ ଦୁଇ ପୁତୁରା ହତ୍ୟା କରିଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଖୁଣ୍ଟରେ ବାନ୍ଧି ପିଟିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉଚ୍ଛବଙ୍କ ପୁଅ ଅଜୟଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ ହେବା ସହ ଅଭିଯୁକ୍ତ ପଣ୍ଡିତ ବେହେରା ଓ ତାଙ୍କ ଦୁଇ ପୁଅ ସତ୍ୟପ୍ରକାଶ ବେହେରା ଓ ସତ୍ୟଜିତ ବେହେରାଙ୍କୁ ପୁଲିସ ଗିରଫ କରିଛି। ମୃତକ ଉଚ୍ଛବ ଓ ପଣ୍ଡିତଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ରହିଥିଲା। ଗତକାଲି ଦିନରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପଣ୍ଡିତ ଓ ଉଚ୍ଛବଙ୍କ ମଧ୍ୟରେ ବଚସା ହୋଇଥିଲା। ରାତି ପ୍ରାୟ ୯ଟା ବେଳେ ଉଚ୍ଛବ ଖାଇସାରି ଖଳାଆଡେ ଯାଉଥିବା ସୁଯୋଗ ନେଇ ପଣ୍ଡିତ ଓ ତାଙ୍କ ଦୁଇ ପୁଅ ତାଙ୍କୁ ଭିଡ଼ି ନେଇ ଗାଁ ମଝି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିିଥିଲେ। ଉଚ୍ଛବଙ୍କ ଶରୀର ନିସ୍ତେଜ ହୋଇଯିବା ପରେ ସେମାନେ ଚାଲି ଯାଇଥିଲେ। ତାଙ୍କୁ ଅନୁଗୁଳ ନିଆଯାଇଥିଲେ ମଧ୍ୟ ସେତେବେଳକୁ ଉଚ୍ଛବ ମୃତ୍ୟୁ ବରଣ କରିସାରିଥିଲେ।

ସମ୍ବନ୍ଧିତ ଖବର