ଓ୍ଵାକୋ ଓଡ଼ିଶା କିକ୍‌ବକ୍‌ସିଙ୍ଗ ଖେଳାଳିଙ୍କୁ ୩ଟି ସ୍ୱର୍ଣ୍ଣ ପଦକ

ନାଲକୋନଗର: ହଙ୍ଗେରୀର ବୁଡ଼ାପେଷ୍ଟଠାରେ ଚଳିତ ମାସ ୩ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଶେଷ ହୋଇଥିବା ଓ୍ଵାକୋ କିକ୍‌ବକ୍‌ସିଙ୍ଗ ଚମ୍ପିଅନସିପ୍‌ରେ ଓଡ଼ିଶାର ଖେଳାଳି ୩ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତରୁ ୧୩ଜଣ ଖେଳାଳି ଭାଗ ନେଇଥିବାଳେ ଓଡ଼ିଶାର ୪ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ କାର୍ତ୍ତିକ ଡାକୁଆ, ସତ୍ୟବ୍ରତ ପାତ୍ର(୯୪କିଲୋ ଲାଇଟ କଣ୍ଟାକ୍ଟରେ ସ୍ୱର୍ଣ୍ଣ ପଦକ), ଜିତେନ୍ଦ୍ର କୁମାର ରାଉତ(୭୫କିଲୋ ପଏଣ୍ଟ ଫାଇଟିଂରେ ସ୍ୱର୍ଣ୍ଣ ପଦକ) ଓ ବୀରେନ କୁମାର ଦାସ(ମସଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ)ଙ୍କୁ ସଫଳତା ମିଳିଛି।

ବିଦେଶରୁ ସଫଳତାର ସହ ଫେରିବା ପରେ ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଖେଳାଳିମାନଙ୍କୁ ସମ୍ବର୍ଦ୍ଦନା ଦେଇଛନ୍ତି।

ସମ୍ବନ୍ଧିତ ଖବର