ଯୁକ୍ତଦୁଇ ଛାତ୍ରୀ ଅପହରଣ

0 217

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳରେ ମାମୁଘରେ ରହି ଯୁକ୍ତଦୁଇ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ଛାତ୍ରୀଜଣକ କଲେଜରୁ ନଫେରିବାରୁ ମାମୁଘର ଲୋକେ ଖୋଜାଖୋଜି କରିଥିଲେ। ମାତ୍ର ସଂଧାନ ନ ପାଇବାରୁ ତାଙ୍କ ବାପାଙ୍କୁ ଜଣାଇଥିଲେ। ଏହି ଥାନା ମାମୁରିଆ ଗାଁର ବିଭୂତି ସାହୁ(୨୭) କାର୍‌ରେ ଆସି ତାଙ୍କ ଝିଅକୁ ଉଠାଇ ନେଇଛନ୍ତି ବୋଲି ନାବାଳିକାର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.