ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ

ପାଇକସାହି: ପ୍ରେମିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ ଜଣେ ନାବାଳକକୁ ଅଟକ ରଖିଛି। ଗତକାଲି ରନ୍ତଲେଇ ଅଂଚଳରେ ଜଣେ ନାବାଳକ ଓ ଜଣେ ନାବାଳିକଙ୍କୁ ସ୍ଥାନୀୟ ଲୋକେ ଆପତ୍ତିଜନକ ଅବସ୍ଥାରେ ଧରି ଥିଲେ। ଉଭୟେ ଗୋଟିଏ ଗାଁର ବାସିନ୍ଦା। ତ ଘଟଣା ସଂକ୍ରାନ୍ତରେ  ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ସଂପର୍କ ସ୍ଥାପନ କରିଥିବା ବେଳେ ପରେ ଏଥିରୁ ଓହରି ଯାଇଥିଲେ। ଅନୁଗୁଳ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସଂପୃକ୍ତ ନାବାଳକକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର