ନାଲକୋ ନଗରରେ ବସ-ବାଇକ ମୁହାଁ ମୁହିଁ ଧକା: ଜଣେ ମୃତ, ୧୨ ଘଣ୍ଟା ରାସ୍ତା ରୋକ

ନାଲକୋ ନଗର: ଅନଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ହିଙ୍ଗୁଳା ମନ୍ଦିର ନିକଟରେ ରବିବାର ଅନଗୁଳରୁ ତାଳଚେର ଅଭିମୁଖେ ଯାଉଥିବା ବସ ଓଆର୦୫ ଏଆର ୮୫୨୧ ଟେଣ୍ଟଇ ଗ୍ରାମର ରାଜକିଶୋର ନାୟକ (୨୮)ବାଇକ ଯୋଗେ ଓଆର ୧୯ଜି ୬୬୨୪ ନିଜ ବନ୍ଧୁଙ୍କ ସହ ବାଇକ ଯୋଗେ ଭୂଷଣପ୍ଲାଣ୍ଟକୁ ଯାଉଥିବା ସମୟରେ ତାରିଣୀ ହୋଟେଲ ସମୁଖରେ ରାସ୍ତା କଡରେ ପଡ଼ିଥିଲା ବାଲି ଉପରେଯାଇ ଭାରସାମ୍ୟ ହରାଇ ମୁହାଁ ମୁହିଁ ଧକା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଲାକଙ୍କ ମୃତ୍ୟୁ ହୋଇଥିଲା। ସହଯୋଗୀ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଗ୍ରାମବାସୀ ବସକୁ ଭଙ୍ଗା ରୁଜା କରିବା ସମୟରେ ନାଲକୋ ପୋଲିସ କର୍ମଚାରୀ ବସକୁ ଭଙ୍ଗା ରୁଜା ନକରିବା ଓ ବସକୁ ନିଆଁ ନ ଲଗାଇବା ପାଇଁ କହିବା ପରେ ଗ୍ରାମବାସୀ ଉତେଜିତ ହୋଇ ପୋଲିସକୁ ଆକ୍ରମଣ ହୋଇ ଥିଲା।

ଗୁରୁତରକୁ ପରେ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫୋଟୋ ଉଠାଇ ଥିବା ମୋବାଇଲ ଟିକୁ ନେଇ ଯାଇଥିବା ପୋଲିସ ପ୍ରକାଶ କରିଛି। ପରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ରୋକ ହୋଇ ଥିଲା। ନାଲକୋ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ନିୟଜିତ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ବଅଁରପାଳ ଥାନା ଅଧିକାରୀ କନକ ମାଝୀ, ଡେପୁଟି କଲେକ୍ଟର ଅନୀଲ ପାଣିଗ୍ରାହୀ, ଏସ୍‌. ଡି.ପିଓ ବିଜୟ କେର୍କେଟା, ବିଡ଼ିଓ ସୁଧାଂଶୁ ମହାନ୍ତି, ନାଲକୋ ଆଇ.ଆଇ.ସି ଡାନିଏଲ କେର୍କେଟା ପ୍ରମୁଖ ବୁଝା ସୁଝା କରିଥିଲେ। ଗ୍ରାମବାସୀଙ୍କ ଦାବି ଥିଲା, ଉକ୍ତ ରାଜକିଶୋର ଭୂଷଣ ପ୍ଲାଣ୍ଟରେ କାର୍ଯ୍ୟ କରିବାକୁ ଯାଇ ରାସ୍ତାରେ ମୃତ୍ୟୁ ବରଣ କରିଛନ୍ତି। ଭୂଷଣ ତାଙ୍କ କ୍ଷତି ପୂରଣ ବାବଦକୁ ଦାବି କରୁଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦାବି କରିଥିଲେ। ଭୂଷଣ ପ୍ଲାଣ୍ଟର ଜଣେ ଅଧିକାରୀଙ୍କ ଉପସ୍ଥିତିରେ କ୍ଷତି ପୁରଣ ଦେବା ପାଇଁ ଆଶ୍ୱାସନା ଦେବା ପରେ ରାସ୍ତା ରୋକ ହଟି ଥିଲା।

ସମ୍ବନ୍ଧିତ ଖବର