ଭଡ଼ା ଘରେ ଦେହ ବେପାର:କିଙ୍ଗ୍‌ପିନ୍‌ ସମେତ ତିନି ଗିରଫ; ଦୁଇ ଦେହଜୀବୀ ଉଦ୍ଧାର

୩୫,୨୦୦ଟଙ୍କା, ୭ ମୋବାଇଲ୍‌, କଣ୍ଡୋମ ପ୍ୟାକେଟ୍‌ ଜବତ

ଅନୁଗୁଳ: ଭଡ଼ା ଘରେ ଚାଲିଥିଲା ଦେହ ବେପାର। ସ୍ୱାମୀ, ଦୁଇ କଲେଜ ପଢ଼ୁଆ ପୁଅ ଥାଇ ବି ମହିଳା ଚଳାଇଥିଲେ ଏହି ନିଷିଦ୍ଧ ବେପାର। କିନ୍ତୁ ପୁଲିସ ହାତରେ ଧରାପଡ଼ିଗଲେ। ଅନୁଗୁଳ ସହର ଗାନ୍ଧିମାର୍ଗସ୍ଥିତ ଏକ ଭଡ଼ା ଘରେ ଆଜି ଅନୁଗୁଳ ଥାନା ପୁଲିସ ଦିନ ପ୍ରାୟ ୨ଟା ବେଳେ ଚଢ଼ଉ କରି ଦୁଇ ଗ୍ରାହକଙ୍କୁ ଗିରଫ କରିବା ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେକ୍ସ ର‍୍ୟାକେଟ୍‌ର ରାଣୀ ମହୁମାଛି ଶିକ୍ଷକପଡ଼ାର ମଂଜୁଳା ତ୍ରିପାଠୀ(୪୦)ଙ୍କୁ ବି ପୁଲିସ ବାନ୍ଧିଛି। ଗିରଫ ଦୁଇ ଗ୍ରାହକ ହେଉଛନ୍ତି ଢେଙ୍କାନାଳ ପର୍ଜଙ୍ଗ ଥାନା କନ୍ଦରସିଂହାର ପଦ୍ମନାଭ ସାହୁଙ୍କ ପୁଅ ଦେବାନନ୍ଦ ସାହୁ(୨୯) ଏବଂ ହିନ୍ଦୋଳ ଥାନା ଦିଅରପଶିର ବିଦେଶୀ ମହାରଣାଙ୍କ ପୁଅ ଟୁକୁନା ମହାରଣା। ପୁଲିସ ସେମାନଙ୍କଠାରୁ ମୋଟ ୩୫ହଜାର ୨୦୦ଟଙ୍କା, ୭ଟି ମୋବାଇଲ୍‌ ଫୋନ୍‌ ଏବଂ କିଛି କଣ୍ଡୋମ ପ୍ୟାକେଟ୍‌ ଜବତ୍‌ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ମଂଜୁଳାଙ୍କ ଶିକ୍ଷକପଡ଼ା ଘର ପୋଡ଼ିଯିବା ପରେ ସେ ପରିବାର ସହ ଗଲା ପ୍ରାୟ ଦେଢ଼ ବର୍ଷ ହେବ ଗାନ୍ଧି ମାର୍ଗରେ ଭଡ଼ା ନେଇ ରହୁଥିଲେ। ତାଙ୍କ ସ୍ୱାମୀ ବସ୍‌ ଚାଳକ ହୋଇଥିବା ବେଳେ ଦୁଇ ପୁଅ ମଧ୍ୟରୁ ଜଣେ ଏମବିଏ ଏବଂ ଅନ୍ୟ ଜଣେ ଯୁକ୍ତ ତିନିରେ ପାଠ ପଢ଼ୁଛନ୍ତି। କିନ୍ତୁ ଗଲା କିଛି ମାସ ହେବ ମଂଜୁଳା ସେହି ଭଡ଼ା ଘରେ ବାହାରୁ ଯୁବତୀଙ୍କୁ ଆଣି ସେକ୍ସ ର‍୍ୟାକେଟ୍‌ ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଜି ଅତିରିକ୍ତ ଥାନା ଅଧିକାରୀ ଦୀପିକା ରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଅଚାନକ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଦେବାନନ୍ଦ ଓ ଟୁକୁନା ଦୁଇ ଦେହଜୀବୀଙ୍କ ସହିତ ଅସଂଜତ ଅବସ୍ଥାରେ ଥିଲେ। ପୁଲିସ ସେମାନଙ୍କୁ ଧରିବା ସହ କିଙ୍ଗପିନ୍‌ ମଂଜୁଳା ଏବଂ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଥାନାକୁ ଆଣିଥିଲା। ଘଟଣାରେ ସ୍ୱାମୀ ଓ ଦୁଇ ପୁଅର ସଂପୃକ୍ତି ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ ସୂଚନା ଦେଇଛି।
ଅନ୍ୟପକ୍ଷରେ ଉଦ୍ଧାର ଦୁଇ ଦେହଜୀବୀଙ୍କ ମଧ୍ୟରୁ ଜଣେ ସ୍ୱାମୀ ପରିତ୍ୟକ୍ତ ହୋଇଥିବା ବେଳେ ଅନ୍ୟ ଜଣେ ଏକ ଯାତ୍ରା ପାର୍ଟିରେ କାମ କରନ୍ତି। ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘର ଜଗତ୍‌ସଂହପୁରରେ ହୋଇଥିବା ବେଳେ ତାଙ୍କର ଦୁଇଟି ପିଲା ଅଛି। ମାତ୍ର ପରିବାର ଚଳାଇବା ପାଇଁ ସେ ଏଭଳି ଧନ୍ଦା କରୁଥିବା ପୁଲିସ କହିଛି। ସେହିପରି ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଦେବାନନ୍ଦ ପେସାରେ ଚାଳକ ହୋଇଥିବା ବେଳେ ଟୁକୁନା ବେକାର ବୋଲି ଥାନା ଅଧିକାରୀ ରମେଶ ବିଶୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର