ସ୍ମେଲଟର୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ନାଲ୍‌କୋନଗର: ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟରେ ଆଜି ରାତି ପ୍ରାୟ ୭ଟାବେଳେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। କାର୍ଯ୍ୟରତ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ଲାଣ୍ଟ ପଟଲାଇନ୍‌ ୪ର ଏଚ୍‌ ୨୦ରେ ବିମ୍‌ ରେଜିଂ କାର୍ଯ୍ୟ ଚାଲୁଥିଲା। ଏହି ସମୟରେ ପଟ୍‌ ଓପନ ସର୍କିଟ ହୋଇଯିବାରୁ ଜୋର୍‌ରେ ସ୍ପାର୍କିଂ ହୋଇଥିଲା। ଫଳରେ ବିମ୍‌ ରେଜିଂ ଅଞ୍ଚଳ, ପିଟିଏମ୍‌ ୩୨, ପଟ୍‌ଲାଇନ୍‌ ୪ ନିକଟରେ ଥିବା କ୍ରେନ୍‌ର ଉଭୟ ପାର୍ଶ୍ୱର ମଟର ସମେତ ବହୁ ଯନ୍ତ୍ରପାତି ଜଳି ଯାଇଛି। ପଟ୍‌ ଲାଇନ୍‌ ୪ର କାର୍ଯ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର