କଣ୍ଟାପାଳରେ ମଦ ବିରୋଧୀ ଶୋଭାଯାତ୍ରା

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ୍‌ କଣ୍ଟାପାଳ ଗ୍ରାମରେ ଆଜି ମଦ ବିରୋଧୀ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କଣ୍ଟାପାଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ଶତ୍ରୁଘ୍ନ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଆନ୍ଦା ଜୋନର ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପଣ୍ଡା ଯୋଗ ଦେଇଥିଲେ। ଗ୍ରାମର ହାଡିବନ୍ଧୁ ବେହେରା, ସର୍ବେଶ୍ୱର ବେହେରା, ବିରଞ୍ଚି ନାରାୟଣ ପାଳ, ଶିବ ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗାଁ’ର ଶତାଧିକ ମହିଳା ଏଥିରେ ଉପସ୍ଥିତ ଥିଲେ। ଗାଁ’କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ସହ ମଦ ବିକ୍ରିକୁ ବନ୍ଦ କରିବା ଲକ୍ଷ୍ୟରେ ଏକ ସଚେତନତା ଶୋଭାଯାତ୍ରା କଣ୍ଟାପାଳ ଗାଁ ଓ ତୁମୁସିଙ୍ଗା ପଞ୍ଚାୟତ ପରିକ୍ରମା କରିଥିଲା। ମଦ ପିଇବା ଦ୍ୱାରା ଘରେ ଅଶାନ୍ତି ଲାଗିରହୁଥିବାରୁ ମଦ ବିକ୍ରି କରୁଥିବା ଲୋକଙ୍କୁ ଧରି ପୁଲିସ ଜିମା ଦେବାକୁ ଆନ୍ଦୋଳନକାରୀମାନେ କହିଥିଲେ।

ସମ୍ବନ୍ଧିତ ଖବର