ଅନୁଗୁଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ର ପାଟିରେ ବୁଧବାର ମଣିଷ ରକ୍ତ ଲାଗିଛି। ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ବାଘୁଣୀ ଝାମ୍ପି ନେଇଛି। ଗାଁ ଲୋକଙ୍କ କହିବା ଅନୁସାରେ କୈଳାଶୀ ଗାଧୋଉଥିବା ବେଳେ ବାଘୁଣୀ ପଛପଟରୁ କୁଦା ମାରି ଝାମ୍ପି ବଣ ଭିତରକୁ ଟାଣି ନେଇ ଯାଇଥିଲା।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ହାତୀବାରି ବିଟ୍ ହାଉସ୍ରେ ନିଅାଁ ଲଗାଇ ଦେବା ସହ ଭଙ୍ଗାରୁଜା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉତ୍ତେଜନାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।
/sambad/media/post_attachments/wp-content/uploads/2018/09/angul-225x300.jpg)
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଟିକରପଡ଼ା ରେଞ୍ଜ ଅନ୍ତର୍ଗତ ହାତୀବାରି ଗାଁର କୈଳାଶୀ ଆଜି ସକାଳୁ ଜଙ୍ଗଲ ଭିତରେ ଥିବା ଗାଁ ପୋଖରିକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଶେଷରେ ଜଙ୍ଗଲ ଭିତରୁ ମୃତଦେହ ଉଦ୍ଧାର କରିଥିଲେ। କ୍ଷତିପୂରଣ ଦାବି ଓ ବାଘଙ୍କ ଆକ୍ରମଣରୁ ସୁରକ୍ଷା ଦାବିରେ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ସାତକୋଶିଆ ଅଭୟାରଣ୍ୟବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/tiger-1.jpg)