ଅନୁଗୁଳ: ଟ୍ରକ୍‌ ଓ ଟ୍ୟାକ୍ସି ଧକ୍କାରେ ଦୁଇ ମୃତ, ତିନିଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇଜଣଙ୍କ ନାମ ଅଶୋକ ପୃଷ୍ଟି ଓ ହେମନ୍ତ ପୃଷ୍ଟି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ୫ଜଣ ଅନୁଗୁଳରୁ ଏକ ଟ୍ୟାକ୍ସି ଯୋଗେ ଭିଲ୍ଲାଇ ଯାଉଥିଲେ। ଏହି ସମୟରେ ଜରପଡ଼ା ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଟ୍ୟାକ୍ସିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣ ଅଶୋକ ପୃଷ୍ଟି ଓ ହେମନ୍ତଙ୍କ ପୃଷ୍ଟିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁୁରୁତର ଆହତଙ୍କୁ ଜରପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଅନୁଗୁଳ ନିଆଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ଜରପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଟ୍ୟାକ୍ସିକୁ ଜବତ କରି ନେଇଛି।

ସମ୍ବନ୍ଧିତ ଖବର