ଭୋଟ୍‌ ପର୍ଯ୍ୟବେକ୍ଷକଙ୍କ ଚୂଡ଼ାନ୍ତ ତାଲିମ୍

ଅନୁଗୁଳ: ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଗ୍ରହଣ କାର୍ଯ୍ୟ ପରିଚାଳନା ନିମନ୍ତେ ଆୟୋଜିତ କର୍ମଚାରୀମାନଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଦ୍ୟୁତ୍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ଣରେ ପଞ୍ଚାୟତ ତାଲିମ୍‌ ଗୃହଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହ ପ୍ରାର୍ଥୀମାନଙ୍କର ଖର୍ଚ୍ଚର କଡ଼ାକଡ଼ି ହିସାବ ରଖିବାକୁ ସରକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ସମସ୍ତ ପ୍ରକାର ରେଜିଷ୍ଟର ଗୁଡ଼ିକ ସଠିକ୍‌ ଭାବେ ନିର୍ଧାରିତ ସମୟରେ ପରିଚାଳନା କରାଯାଉଛି କି ନାହିଁ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରାର୍ଥୀମାନଙ୍କର ସମସ୍ତ ପ୍ରକାର ଖର୍ଚ୍ଚକୁ ଅପଡେଟ୍‌ କରିବା ସହ ଭିଡ଼ିଓ ସର୍ଭେଲାନ୍‌ସ ଟିମ୍‌ ସମସ୍ତ ପ୍ରକାର ରେକର୍ଡ଼ିଂକୁ ଆଜି ସନ୍ଧ୍ୟା ସୁଦ୍ଧା ଭିଡ଼ିଓ ଭିଉଇଙ୍ଗ୍‌ ଟିମ୍‌କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ମିଡିଆ ସାର୍ଟିିଫିକେସନ୍‌ ଓ ମନିଟରିଂ କମିଟି ସବୁ ପ୍ରକାର ତଥ୍ୟ ଆକାଉଣ୍ଟିଂ ଟିମ୍‌କୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ସମସ୍ତ ଟିମ୍‌ ସହିତ ଉପଯୁକ୍ତ ସମନ୍ବୟ ରଖି ତଥ୍ୟ ଗୁଡ଼ିକୁ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଅନ୍ୟ ଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏସ୍‌. ବୀରାମୁଥ୍‌ ଅପରାହ୍‌ଣରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ମତଦାନ କେନ୍ଦ୍ର ଗୁଡ଼ିକରେ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ନିଶ୍ଚିତ ସର୍ବନିମ୍ନ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ପର୍ଯ୍ୟବେକ୍ଷକମାନଙ୍କର ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଏପିଡି ଡିଆର୍‌ଡିଏ ରାକେଶ କୁମାର କୁଣ୍ଡୁ, ଲିଆସନିଂ ଅଫିସର ପ୍ରଦୋଷ କୁମାର ଶତପଥୀ, ଡିଆଇପିଆର୍‌ଓ ଶରତ ଚନ୍ଦ୍ର ସେଠୀଙ୍କ ସମେତ ନିର୍ବାଚନ ଦାୟିତ୍ବରେ ଥିବା ବିଭିନ୍ନ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର