ମିଥ୍ୟା ଅଭିଯୋଗରେ ଯୁବକ ଗିରଫ, ପ୍ରତିବାଦରେ ଗ୍ରାମବାସୀଙ୍କ ନାଲକୋ ଥାନା ଘେରାଉ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ରବି ସ୍ୱାଇଁଙ୍କ ଘରୁ ମଙ୍ଗଳବାର ରାତିରେ ଡକାୟତି ହୋଇଛି ବୋଲି ନାଲକୋ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ବଳରାମପ୍ରସାଦ ଗ୍ରାମର କଇଁଫୁଲିଆ ସାହିର ୩ଜଣ ଯୁବକ ରବି ସ୍ୱାଇଁଁଙ୍କ ଘରେ ରଙ୍ଗ କାମ କରିବାକୁ ଯାଇଥିଲେ। ସେଦିନ ରାତିରେ ରବି ସ୍ୱାଇଁଙ୍କ ସ୍ତ୍ରୀ ବେକରୁ ସୁନା ଗହଣା ଲୁଟ ହୋଇଥିଲା। ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ୩ଜଣଙ୍କ ମଧ୍ୟରୁ ରଙ୍ଗ ମିସ୍ତ୍ରୀ ସରୋଜ ସାହୁ  ସୁନା ଗହଣା ଡକାୟତି କରିଛି ବୋଲି ଥାନାରେ ଅଭିଯୋଗ ହେବା ପରେ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଶୁକ୍ରବାର ସରୋଜ ସାହୁ(୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏ ନେଇ ସାରୋଜଙ୍କ ସ୍ତ୍ରୀ ଜଲି ସାହୁଙ୍କ ସମେତ ବଳରାମ ପ୍ରସାଦ ଗ୍ରାମର ବହୁ ମହିଳା ଓ ପୁରୁଷ ମିଶି ଗିରଫ ପ୍ରତିବାଦରେ ଥାନା ଘେରାଉ କରିଥିଲେ ଓ ଜଲି ସାହୁଙ୍କ ସ୍ୱାମୀ ସରୋଜ ସାହୁଙ୍କୁ ଗୁରୁବାର ଥାନା ପରିସର ଓ ସର୍ବ ସମୁଖରେ ରବି ସ୍ୱାଇଁଙ୍କ ସ୍ତ୍ରୀ ମାଡ ମାରିବା ଓ ଧମକ ଦେବାକୁ କେନ୍ଦ୍ର କରି ପାଲଟା ଲିଖିତ ଅଭିଯୋଗ କରିଛନ୍ତି। ମୋ ସ୍ୱାମୀଙ୍କ ଠାରୁ କିଛି ଚୋରି ସାମଗ୍ରୀ ଜବତ ମଧ୍ୟ କରାଯାଇ ନାହିଁ ବୋଲି ଜଲି ସାହୁ ପ୍ରକାଶ କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଥାନା ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର