ଅନୁଗୁଳ: ଗାମୁଛା ଦେଇ ଆମ୍ବତୋଟାରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

ପାଇକସାହି: ଅନୁଗୁଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ପୁରୁଣାପୁଟ୍‌ ଥାନା ଅନ୍ତର୍ଗତ ଗୁରୁଦି ଗ୍ରାମର ଆମ୍ବତୋଟାଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ହେଉଛନ୍ତି ସୁଶୀଲ ଦାସ। ତାଙ୍କ ବୟସ ୨୦ ବର୍ଷ। ସେ ଆମ୍ବତୋଟା ଭିତରେ ନିଜ ବେକରେ ଗାଗୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର