ଅନୁଗୁଳ ଜିଲ୍ଲା ନାକ୍‌ଚିରୁ ନିଖୋଜ ଓ ଜଗତସିଂହପୁରରେ ଠାବ ମହିଳା ୬ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି

ଅନୁଗୁଳ : ଗୁରୁବାର ରାତିରୁ କିଶୋରନଗର ନାକ୍‌ଚିରୁ ନିଖୋଜ ଥିବା ମହିଳାଙ୍କୁ ଜଗତସିଂପୁର ଟାଉନ୍‌ରେ ନିଜ ଭଉଣୀ ଘରେ ଠାବ କରାଯାଇଥିଲା। ଏହି ଘଟଣାକୁ ନେଇ ଅନୁଗୁଳ ଏସ୍‌ପି କହିଛନ୍ତି,  ମହିଳା ୬ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜଣାପଡ଼ିଛି। ଗିରଫ ଦୁଷ୍କର୍ମକାରୀଙ୍କ ନାମ ପିଲୁ ବେହେରା (୨୦), ସୁଜିତ ବେହେରା (୨୫) ଓ ନିଲମ ସାହୁ (୨୭) । ଅନ୍ୟ ଦୁଇଜଣ ଫେରାର ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ୩୨ବର୍ଷିୟା ଏହି ପୀଡ଼ିତା ମହିଳାଙ୍କ ଶାଶୂ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସମ୍ବଲପୁରରେ ଗାଡ଼ି ବ୍ୟବସାୟ କରନ୍ତି। ସେମାନେ ଗତ ଗୁରୁବାର ଛୋଟ ଝିଅକୁ ଧରି ସମ୍ବଲପୁରରୁ ନିଜ କାରରେ ଗାଁକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ବେଳେ କିଶୋରନଗର ନାକ୍‌ଚିଠାରେ ମହିଳା ଜଣକ ପରିସ୍ରା କରିବାକୁ କାରରୁ ଓହ୍ଲାଇଥିଲେ। କିନ୍ତୁ ଧୋଇ ହେବା ପାଇଁ ପାଣି ବୋତଲ ନେବାକୁ ଭୁଲି ଯାଇଥିଲେ। ପରେ କାରରୁ ପାଣି ବୋତଲ ନେଇ ଡୋର୍‌ ବନ୍ଦ କରି ଦେଇଥିଲେ। ଡୋର୍‌ ବନ୍ଦ ଶବ୍ଦରେ ପତ୍ନୀ କାର ବସିଗଲେ ଭାବି ସ୍ୱାମୀ କାର୍‌ ଚଳାଇ ପଳାଇଥିଲେ। ସ୍ୱାମୀ କାର୍‌ ନେଇ ପଳାଇବା ପରେ ପତ୍ନୀ କାନ୍ଦି କାନ୍ଦି ରାସ୍ତାରେ କୁଆଡ଼େ ଚାଲି ଚାଲି ଯାଉଥିଲେ। ପ୍ରାୟ ଦେଢ଼ କିଲୋମିଟର୍‌ ବାଟ ଚାଲି ଆସିବା ପରେ କମରେଇ ନିକଟରେ ଏକ ଠିକାସଂସ୍ଥା କ୍ୟାମ୍ପରେ ଭୋଜି କରୁଥିବା କିଛି ଯୁବକ ତାଙ୍କୁ ଦେଖି ଅଟକାଇଥିଲେ। ବିଳମ୍ବିତ ରାତିରେ ମହିଳାଙ୍କୁ ଏକୁଟିଆ ଦେଖି ସେମାନେ ତାଙ୍କୁ ଦେହଜୀବୀ ବୋଲି ଭାବିଥିଲେ। ତାଙ୍କୁ ପଚାରିବା ପରେ ସେ ଦେହଜୀବୀ ନୁହନ୍ତି ବୋଲି କୁଆଡ଼େ ମନା କରିଥିଲେ। ଏହାପରେ ସେମାନେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ନିକଟସ୍ଥ ପୁରୁଣାପାଣି ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

ମହିଳାଜଣକ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ଫଳରେ ଅଭିଯୁକ୍ତମାନେ ବଡ଼ଡଙ୍ଗିଆଣିର ଜଣେ ଅଟୋ ଚାଳକକୁ ଫୋନ୍‌ କରି ସେଠାକୁ ଡକାଇଥିଲେ। ଅଟୋ ପହଂଚିବା ପରେ ପୀଡ଼ିତା ମହିଳାଙ୍କୁ ସେଥିରେ ବସାଇ ହଣ୍ଡପା ଥାନାଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବସଷ୍ଟାଣ୍ଡରେ ଆଣି ଛାଡ଼ି ପଳାଇଥିଲେ।

ସମ୍ବନ୍ଧିତ ଖବର