ସମ୍ବର ମାରି ଦୁଇ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ପାମ୍‌ପସରା ଅଞ୍ଚଳରୁ ସମ୍ବର ଶିକାର କରିଥିବା ଦୁଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ସମ୍ବର ଶିକାରୀଙ୍କ ନାମ ଟୁଲୁ ଗଡ଼ନାୟକ (୨୫) ଓ ବିଭୀଷଣ ପ୍ରଧାନ (୩୫) ବୋଲି ଜଣାପଡ଼ିଛି। ଦୁଇ ଅଭିଯୁକ୍ତଙ୍କ ଘର ଅନୁଗୁଳ ଜିଲ୍ଲାର ପାମ୍‌ପସରାର ପୁରୁଣାକୋର୍ଟରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଅନୁଗୁଳ ବନ ବିଭାଗର ଅଧିକାରୀ ବିଶେଷ ସୂତ୍ରରୁ ସୂଚନା ପାଇଁ ଟୁଲୁ ଗଡ଼ନାୟକ ଓ ବିଭୀଷଣ ପ୍ରଧାନଙ୍କ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଦୁଇଜଣଙ୍କ ଠାରୁ ମୃତ ସମ୍ବର ଜବତ ହୋଇଥିଲା। ଦୁହିଁଙ୍କୁ ଗିରଫ କରିବା ପାଇଁ କୋର୍ଟ ଚାଲଣ କରି ଦିଆଯାଇଛି। ଟୁଲୁ ଗଡ଼ନାୟକ ଓ ବିଭୀଷଣ ପ୍ରଧାନ ବ୍ୟତୀତ ଏମାନଙ୍କ ସହିତ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର