ତୁଳସୀ ଦେଉଦେଉ ଭକ୍ତଙ୍କ ପକେଟରୁ ଟଙ୍କା ଚୋରି କରୁଥିବା ସେବକ ଗିରଫ

ପୁରୀ: ପୁରୀ ଶ୍ରୀମନ୍ଦିରରୁ ସେଲଫି ଘଟଣା ଥମି ନଥିବା ବେଳେ ବୁଧବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶ୍ରୀ ଜିଉଙ୍କ ଦର୍ଶନ ପାଇଁ ପ୍ରତିଦିନ ପୁରୀକୁ ଲକ୍ଷଲକ୍ଷ ଭକ୍ତ ଆସି ଥାଆନ୍ତି। ତେବେ ଶ୍ରୀମନ୍ଦିର ଭିତରକୁ ଗଲା ବେଳେ ସ୍ଥାନେସ୍ଥାନେ ସେବକମାନେ ତୁଳସୀ ଧରି ଭକ୍ତଙ୍କୁ ବାଣ୍ଟୁ ଥାଆନ୍ତି। ଏଥିପାଇଁ ଭକ୍ତମାନେ ବି ସେବକଙ୍କୁ ଦକ୍ଷିଣା ଦେଇଥାଆନ୍ତି।

ତେବେ ଶ୍ରୀମନ୍ଦିରରେ ବୁଧବାର ଜଣେ ସେବକ ଭକ୍ତଙ୍କୁ ତୁଳସୀ ଦେଉଦେଉ କୌଶଳକ୍ରମେ ତାଙ୍କ ପେକେଟରୁ ଟଙ୍କା ଚୋରି କରିଥିଲେ। ଭକ୍ତଙ୍କ ଅଭିଯୋଗ କ୍ରମେ ସିଂହଦ୍ୱାର ପୁଲିସ ଉକ୍ତ ସେବକଙ୍କୁ ଗିରଫ କରିଛି। ଗିରଫ ସେବକଙ୍କ ନାମ ଲକ୍ଷ୍ମୀଧର ମହାପାତ୍ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର