ମାଲକାନଗିରି: ପୁଲିସ ଦ୍ୱାରା ଗିରଫ ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିରି: ଗତକାଲି ପୁଲିସ ଦ୍ୱାରା ଗିରଫ ହୋଇଥିବା ବାର ଜଣ ମାଓବାଦୀଙ୍କ ମଧ୍ୟରୁ ଜଣେ ମାଓବାଦୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମାଓବାଦୀ ଜଣକ ହେଉଛନ୍ତି ମାଥିଲ ଥାନା ହେମ୍ରୁପାଳ ପଞ୍ଜାୟତର ଚନ୍ଦ୍ରାଗୁଡ଼ା ଗ୍ରାମର ସୋମା କାବାସୀ( ୩୦ ବର୍ଷ)।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ପୁଲିସ ବିଭିନ୍ନ ସ୍ଥାନର ୧୨ ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେସୋମା କବାସୀ ମଧ୍ୟ ଗିରଫ ହୋଇଥିଲେ। ଗତ ୧୮ ତାରିଖରେ ପୁଲିସ ସନ୍ଦେହରେ ଗଳାକାଟି ମୋୟା କବାସୀ ନାମଜ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା।ଏହି ହତ୍ୟାକାଣ୍ଡରେ ସୋମା କବାସୀ ସମ୍ପୃକ୍ତ ଥିଲା। ଗତକାଲି ଅପରାହ୍ଣରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ଶୌଚ ହେବା ପାଇଁ କହି ସୋମା କବାସୀ ପାଇଖାନାକୁ ଯାଇଥିଲା। ପାଇଖାନା ଭିତରେ ତାର ଗାମୁଛାକୁ ଚିରି ସେଥିରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥଲା। ଦୀର୍ଘ ସମୟ ଧରି ପାଇଖାନାରୁ ନ ଫେରିବାରୁ ପୁଲିସ ତାଙ୍କୁ ଖୋଜିବାକୁ ପାଇଖାନାକୁ ଯାଇଥିବା ବେଳେ ସେଠାରେ ତାଙ୍କ ୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର