ରାଉରକେଲା: ଏଟିଏମ ତାଡି ନେଇଗଲେ ୮ ଲକ୍ଷ ଟଙ୍କା

ରାଉରକେଲା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ବଜାରରେ ଥିବାଏକ ଏଟିଏମକୁ ଭାଙ୍ଗି ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଟଙ୍କା ଲୁଟି ନେବା ପରୋ ଲୁଟେରାମାନେ ଏଟିଏମ ମେସିନରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୁଆଁରମୁଣ୍ଡା ବନବିଭାଗ ଚେକ୍‌ଗେଟ ନିକଟରେ ଥିବା ଏଟିଏମଟି ଭଙ୍ଗା ଯାଇଥିିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଆସି ହିସାବ କରିବା ପରେ ଏଟିଏମରେ ରାତି ୨ଟା ସୁଦ୍ଧା ୮ ଲକ୍ଷ ଟଙ୍କା ଥିଲା। ତା ପରେ ଆଉ କୌଣସି ଉଠାଣ ହୋଇ ନ ଥିବାବେଳେ ଦୁର୍ବୃତ୍ତିମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ମେସିନ କାଟି ସେଥିରେ ଥିବା ନଗଦ ୮ ଲକ୍ଷ ଟଙ୍କା ଲୁଟି ନେବା ସହିତ ଏହି ଏଟିଏମ ମେସିନରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର