ନୟାଗଡ଼: ନୟାଗଡ଼ ଜିଲ୍ଲାରେ ମଙ୍ଗଳବାର ଏଟିଏମ୍ ଭ୍ୟାନ୍ ଉପରକୁ ବୋମାମାଡ କରି ରାସ୍ତାରୁ ଲକ୍ଷାଧିକ ଟଙ୍କା ଭର୍ତ୍ତି ଥିବା ବାକ୍ସ ଲୁଟି ନେଇଥିଲେ ଦୁର୍ବୃତ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଖଣ୍ଡାପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ ହୋଇଥିବା ସୂଚନା ମିଳିଛି। ଖଣ୍ଡାପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟ ଦେଇ ଏଟିଏମ୍କୁ ଟଙ୍କା ଭରିବାକୁ ଯାଉଥିବା ବେଳେ ୨ଟି ବାଇକ୍ରେ ୪ଜଣ ଦୁର୍ବୃତ୍ତ ଆସି ଆକସ୍ମିକ ଭାବେ ଏଟିଏମ୍ ଭ୍ୟାନ୍ ଉପରକୁ ବୋମାମାଡ କରି ରାସ୍ତାରୁ ଟଙ୍କା ବାକ୍ସ ଲୁଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ ବିଭିନ୍ନ ସ୍ଥାନକୁ ନାକାବନ୍ଦୀ କରି ଛାନଭିନ୍ ଆରମ୍ଭ କରିଛି।