ନୀଳଗିରି: ଗ୍ୟାସ କଟରରେ ଏଟିଏମ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ୍‌

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗାଡ଼ିଆରୁ ଗତକାଲି ରାତିରେ ଗ୍ୟାସ କଟର ସାହାଯ୍ୟରେ ଏଟିମ କାଟି ଲକ୍ଷ ଲକ୍ଷ ଟଙ୍କା ଳୁଟ୍‌ ହୋଇଥିବା ଜଣାପଡ଼ିଛି। ଗତ ମାସକ ମଧ୍ୟରେ ଏହା ବାଲେଶ୍ୱର ଜିଲ୍ଲାରେ ତୃତୀୟ ଏଟିଏମ ଲୁଟ୍‌ ଘଟଣା ବୋଲିି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ  ନୀଳଗିରି ଥାନା ସନ୍ତରାଗାଡ଼ିଆରେ ଥିବା ଏକ ଏକ୍ସିସ ବ୍ୟାଙ୍କ ଏଟିଏମ ମେସିନକୁ କେତେକ ଦୁର୍ବୃତ୍ତ କାଟି ଏଥିିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିଲେ। ଆଜି ସକାଳୁ କେତେକ ଲୋକ ଏଟିଏମ ମେସିନ ଭଙ୍ଗାଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ ଲୁଟ୍‌ ସମ୍ପର୍କରେ ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ କେତେ ଟଙ୍କା ଲୁଟ୍‌ ହେଶଇଛି ତାହା ଜଣାପଡ଼ି ନ ଥଲେ ମଧ୍ୟ ଗତକାଲିି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଏଟିଏମ୍‌ରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। କେବଳ ୧୦/୧୨ ଘଣ୍ଟା ମଧ୍ୟରେ ଯାହା ଟଙ୍କା ଲୋକେ ଉଠାଣ କରିଥିିବେ। ଅବଶିଷ୍ଟ ଟଙ୍କା ଏଟିଏମରେ ଥିଲା। ତେଣୁ  ଲକ୍ଷ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ସ୍ପଷ୍ଟ ହୋଇଛିି। ଅପରପକ୍ଷେ  ପ୍ରାୟ ମାସକ ତଳେ ସେହି ସନ୍ତରାଗାଡ଼ିଆରେ ଥିବା ଟାଟା ଇଣ୍ଡିକମ୍‌ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା। ଶେରଗଡ଼  ଓ ସଜନାଗଡ଼ ଏଟିଏମ ମଧ୍ୟ ଲୁଟ୍‌ ହୋଇଥିଲାା। ତେଣୁ ବାମ୍ବମ୍ବାର ଏଟିଏମ ଲୁଟ୍‌ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର