ବ୍ୟାଙ୍କ ଏଟିଏମ୍‌ ମେସିନ୍‌କୁ ତାଡି ନେଇଗଲେ ଦୁର୍ବୃତ୍ତ

ସୋର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟସ୍ଥ ଫେଡେରାଲ୍‌ ବ୍ୟାଙ୍କ ଏଟିଏମ୍‌ ମେସିନ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିବା ଖବର ମିଳିଛି। ଦୁର୍ବୃତ୍ତମାନେ ଏଟିଏମ୍‌ ତାଡି ନେଇଥିବା ଖବର ପାଇ ସୋର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ତେଣୁ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର