କଣାସ ତହସିଲଦାରଙ୍କୁ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା  କଣାସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଶନିବାର ତିନିଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କଣାସ ତହସିଲଦାର ସଞ୍ଜୟ ପ୍ରତିହାରୀ ଅଫିସରେ ଥିବା ସମୟରେ ତିନିଜଣ ଯୁବକ ବାବୁଲି ପାତ୍ର ଓ ଅନ୍ୟ ଦୁଇଜଣ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତତର୍କ ଅଧିକ ବଢ଼ଯିବା ପରେ ତିନିଜଣ ଯୁବକ ସଞ୍ଜୟ ପ୍ରତିହାରୀ ଓ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କୈଦ୍‌ ହୋଇଛି। ଏହି ଘଟଣାରରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର